ନୂଆଦିଲ୍ଲୀ, ପଶ୍ଚିମବଙ୍ଗରେ ପଂଚାୟତ ନିର୍ବାଚନ କରାଇବା ନେଇ ପ୍ରତ୍ୟେକ ଜିଲ୍ଲାରେ କେନ୍ଦ୍ରୀୟ ବଳ ମୁତୟନ ନିମନ୍ତେ ଆଗ୍ରହ କରିବା ନେଇ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଦାୟର୍ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ ।
ଗତକାଲି ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓକିଲ ମିନାକ୍ଷୀ ଆରୋରା ସୁପ୍ରିମକୋର୍ଟରେ କହିଥିଲେ ଯେ, ରାଜ୍ୟ ନିର୍ବାଚନ ଆୟୋଗ ସମ୍ବେଦନଶିଳ ସ୍ଥାନ ଗୁଡିକୁ ଚିହ୍ନଟ କରିପାରନ୍ତି, କିନ୍ତୁ କେନ୍ଦ୍ରୀୟ ବଳ ମୁତୟନ ନେଇ ସହମତ ନୁହଁନ୍ତି । ସେ କୋଲକାତା ହାଇକୋର୍ଟର ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ହାଇକୋର୍ଟ ଜୁନ୍ ୧୫ ରେ ଏହି ନିର୍ଦ୍ଦେଶ ଜାରି କରିଥିଲେ । ଏହି ନିର୍ଦ୍ଦେଶରେ କୋର୍ଟ କହିଥିଲେ ଯେ, ୪୮ ଘଂଟା ମଧ୍ୟରେ କେନ୍ଦ୍ରୀୟ ବଳକୁ ମୁତୟନ କରାଯାଉ ।