ଭୁବନେଶ୍ୱର – ନାଗରିକତା ସଂଶୋଧନ ଆଇନ ସମ୍ବିଧାନ ବିରୋଧୀ । ଏହା ବିରୋଧରେ ଆସନ୍ତା ଡିସେମ୍ବର ୧୯ ତାରିଖରେ ବାମପନ୍ଥୀମାନଙ୍କ ପକ୍ଷରୁ ପ୍ରତିବାଦ ଦିବସ ପାଳନ କରାଯିବ । ଏହାକୁ ସଫଳ କରିବା ପାଇଁ ସିପିଆଇ ଆହ୍ୱାନ ଦେଇଛି । ୨ଦିନ ଧରି ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ସୁର ଜେନାଙ୍କ ସଭାପତିତ୍ୱରେ ଅନୁÂିତ ରାଜ୍ୟ କାର୍ଯ୍ୟକାରୀ କମିଟି ଓ ରାଜ୍ୟ ପରିଷଦ ଅଧିବେଶନରେ ଏହି ନିଷ୍ପତି ନିଆଯାଇଛି ।
ସେହିପରି ମହିଳାମାନଙ୍କ ବିରୋଧରେ ହେଉଥିବା ବ୍ୟାପକ ହିଂସା, ଦୁଷ୍କର୍ମ, ଗଣ ଦୁଷ୍କର୍ମ ଓ ହତ୍ୟା ବିରୋଧରେ ସିପିଆଇ ପକ୍ଷରୁ ସାବିତ୍ରୀବାଈ ଫୁଲେଙ୍କ ଜନ୍ମଦିନ ଜାନୁୟାରୀ ୩କୁ ଦେଶ ବ୍ୟାପୀ ‘ନାରୀ ସୁରକ୍ଷା ଦିବସ’ ରୂପେ ପାଳନ କରିବା ପାଇଁ ଡାକରା ଦିଆଯାଇଛି ।
ମୋଦି ସରକାରଙ୍କ ଅର୍ଥନୈତିକ ନୀତି, ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ଓ ମାନ୍ଦାବସ୍ଥା, ଉକ୍ରଟ ବେକାରୀ ଓ ଦରବୃଦ୍ଧି ଏବଂ ଶ୍ରମିକ ଓ କୃଷକ ବିରୋଧୀ ନୀତି ଓ କାର୍ଯ୍ୟ ବିରୋଧରେ ଆସନ୍ତା ଜାନୁୟାରୀ ୮ ତାରିଖଦିନ ସମସ୍ତ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନେ ଯେଉଁ ଦେଶ ବ୍ୟାପୀ ହରତାଳ ଓ ୨୦୦ରୁ ଊଦ୍ଧ୍ୱର୍ କୃଷକ ଓ କ୍ଷେତ ମୂଲିଆ ସଙ୍ଗଠନ ‘ଗ୍ରାମୀଣ ଭାରତ ବନ୍ଦ’ର ଡାକରା ଦେଇଛନ୍ତି ସେଥିରେ ସିପିଆଇ ସକି୍ରୟ ଭାବେ ସାମିଲ ହେବା ପାଇଁ ନିଷ୍ପତି ଗ୍ରହଣ କରିଛି । ଏହା ପୂର୍ବରୁ ଜାନୁୟାରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଏହି ଜନ ବିରୋଧୀ ଆର୍ଥିକ ନୀତି ବିରୋଧରେ ପାର୍ଟି ସପ୍ତାହ ବ୍ୟାପୀ ଗଣ ଅଭିଯାନ ଚଳାଇବ ।
ଏହା ବ୍ୟତୀତ ଆସନ୍ତା ଫେବୃୟାରୀ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ପାର୍ଟି ପକ୍ଷରୁ ରାଜ୍ୟ ବ୍ୟାପୀ ଗଣ ପାର୍ଟି ପାଣ୍ଠି ସଂଗ୍ରହ ଅଭିଯାନ ଚଳାଯିବ ଏବଂ ପାର୍ଟିର ପ୍ରତ୍ୟେକ ଶାଖା ଏଥିରେ ସାମିଲ ହେବା ପାଇଁ ରାଜ୍ୟ ପରିଷଦରେ ନିଷ୍ପତି ଗ୍ରହଣ କରାଯାଇଛି ।
ରାଜ୍ୟ ପରିଷଦର ଏହି ଅଧିବେଶନରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ ଓ ରାମକୃଷ୍ଣ ପଣ୍ଡା, ରାଜ୍ୟ ସହସମ୍ପାଦକ କ୍ଷୀରୋଦ ସିଂହଦେଓ ଏବଂ ପ୍ରଶାନ୍ତ ମିଶ୍ର, ଜାତୀୟ ପରିଷଦ ସଭ୍ୟ ସୌରୀବଂଧୁ କର, ଅଭୟ ସାହୁ ଓ ଅଶୋକ ଦାଶ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।