ନୂଆଦିଲ୍ଲୀ, ମୋଦୀ ସରକାର ୯ ବର୍ଷର ଶାସନକାଳ ୨୦୧୪ ରୁ ୨୦୨୩ ମଧ୍ୟରେ ପ୍ରାୟ ୯ ଲକ୍ଷ ସରକାରୀ ଚାକିରି ଯୋଗାଇ ଦେଇଛନ୍ତି, ଯେତେବେଳେ କି ୨୦୦୪ ରୁ ୨୦୧୩ ପର୍ଯ୍ୟନ୍ତ ୟୁପିଏ ସରକାରଙ୍କ ଶାସନର ୯ ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ସରକାରୀ ନିହୁକ୍ତି ପ୍ରଦାନ କରାଯାଇଥିଲା ।
ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପରମାଣୁ ଶକ୍ତି ବିଭାଗ ଏବଂ ମହାକାଶ ବିଭାଗ ତଥା କାର୍ମିକ, ଜନ ଅଭିଯୋଗ ଏବଂ ପେନସନ୍ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଆଜି ଏହା ଜାରି କରିଛନ୍ତି, ଏବଂ ଏହା ସହିତ ପ୍ରତ୍ୟକ ଟିପ୍ପଣୀକୁ ତୁଳନାତ୍ମକ ଏବଂ ସଂଖ୍ୟା ଆଧାରରେ ଉଲ୍ଲେଖ କରିଛନ୍ତି ।
ମୋଦୀ ସରକାରଙ୍କ ନଅ ବର୍ଷ ମଧ୍ୟରେ ନିଯୁକ୍ତି ସୃଷ୍ଟ ିକ୍ଷେତ୍ରରେ ଯଥେଷ୍ଟ ବୃଦ୍ଧି ଘଟିଥିବା ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୬ଟି ରୋଜଗାର ମେଳା ସମୟରେ ବହୁ ନିଯୁକ୍ତି ଆରମ୍ଭ ହୋଇଛି, ପ୍ରତ୍ୟେକ ଅଭିଯାନରେ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।