ଭୁବନେଶ୍ୱର, ସମ୍ବଲପୁର ଜିଲ୍ଲାରେ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରୁ ସ୍କୁଲ ଖୋଲିବ ସ୍କୁଲ। ସେହିପରି 24 ତାରିଖ ଯାଏ ସ୍କୁଲ ସକାଳୁଆ ହେବ । ସମ୍ବଲପୁରର ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ୨୨ ତାରିଖରେ ସମ୍ବଲପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଖୋଲିବ। ୨୨ରୁ ୨୪ ତାରିଖ ଯାଏଁ ସକାଳ ସାଢ଼େ ୬ରୁ ୧୦ଟା ଯାଏ ସ୍କୁଲ ଚାଲିବ। ସକାଳ ସାଢେ ୯ଟାରୁ ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବାର ବ୍ୟବସ୍ଥା କରାଯିବ। ତେବେ ୨୬ ତାରିଖରୁ ୧୦ଟାରୁ ୪ଟା ଯାଏ ସ୍କୁଲ ଚାଲିବ।
ଉଲ୍ଲେଖଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜୁନ୍ ୨୧ରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ଅନୁମାନ କରାଯାଉଛି। ତେଣୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ ସମୟ ଧାର୍ଯ୍ୟ କରିପାରିବେ ବୋଲି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହା ଯାଇଥିଲା ।