
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି |ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜୀଉଙ୍କ ସ୍ନାନ ପରେ ଶ୍ରୀଜୀଉଙ୍କୁ ଜ୍ୱର ହୋଇଥିଲା |ପରମ୍ପରା ଅନୁସାରେ ଶରୀର ଅସୁସ୍ଥ ଥିବାରୁ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ ତାହାର ଅନ୍ତ ଘଟିଛି |
ମହାପ୍ରଭୁ ଶ୍ରୀଜଗନ୍ନାଥ ସୁସ୍ଥ ହେବାପରେ ସୋମବାର ଦିନ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା |ସକାଳ ୭ ଟା ୩୦ ମିନିଟ ସମୟରୁ ଦକ୍ଷିଣ ଦ୍ୱାର ଦେଇ ପରମାଣିକ ଟିକେଟ ଧାରୀମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ |ଏହାପରେ ସିଂହଦ୍ୱାର ଦେଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ଦିନ ୧୧ ଟା ସମୟରେ ଦର୍ଶନ ବନ୍ଦ ହୋଇଥିଲା |ଦର୍ଶନ ସମୟରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଏବଂ ସିଂହଦ୍ୱାର ନିକଟ ବଡଦାଣ୍ଡରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା |ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା |