-
ରଥଯାତ୍ରା ଜାତୀୟ ସେବା ଶିବିର,
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ସଂସ୍ଥା ଆନୁକୂଲ୍ୟରେ ରଥଯାତ୍ରା ଜାତୀୟ ସେବା ଶିବିର ତା୧୭ ଜୁନ ୨୦୨୩ ରିଖ ଠାରୁ ତା୨୧ ଜୁନ ୨୦୨୩ ରିଖ ପର୍ଯ୍ୟନ୍ତ ପୁରୀ ବିଶ୍ବମ୍ବର ବିଦ୍ୟାପୀଠ ପରିସରରେ ଆୟୋଜିତ ହେଉଅଛି । ବିଭିନ୍ନ ଜିଲ୍ଲାରୁ ପ୍ରାୟ ୭୦୦ ରୁ ଊର୍ଦ୍ଧ୍ବ ରୋଭର, ରେଞ୍ଜର, ସ୍କାଉଟ, ଗାଇଡ୍ ଉକ୍ତ ସେବା ଶିବିରରେ ଯୋଗଦାନ କରି ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେଇଛନ୍ତି ।
ତା୧୯ ଜୁନ ୨୦୨୩ରିଖ ସନ୍ଧ୍ୟା ୬ ଘଟିକା ସମୟରେ ମୁଖ୍ୟ ଅତିଥି ଓଡିଶାର ମାନ୍ୟବର ରାଜ୍ୟପାଳ ଏବଂ ମୁଖ୍ୟ ପୃଷ୍ଠପୋଷକ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥିଭାବେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ
ଗାଇଡସ୍ର ସଭାପତି ତଥା ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ସମବାୟ ଏବଂ ଉଚ୍ଚଶିକ୍ଷା ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଯୋଗଦାନ କରି ରୋଭର ଓ ରେଞ୍ଜରମାନଙ୍କୁ ପବିତ୍ର ରଥଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଉପଯୁକ୍ତ ସେବା ଯୋଗାଇ
ଦେବାପାଇଁ ପରାମର୍ଶ ଦେଇଥିଲେ । ଶ୍ରୀଗୁଣ୍ଡିଚା ଦିନ ରୋଭର ଓ ରେଞ୍ଜରମାନେ ଭିନ୍ନ ଭିନ୍ନ ଦଳରେ ବିଭକ୍ତ ହୋଇ ସହରର ବିଭିନ୍ନ ଜାଗାରେ ଯାନବାହାନ ନିୟନ୍ତ୍ରଣ, ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ବଣ୍ଟନ, ସେମାନଙ୍କ ଉପରେ ଜଳସିଞ୍ଚନ,ପ୍ରାଥମିକ ଚିକିତ୍ସା ପ୍ରଦାନ, ସ୍ଵଚ୍ଛ ଭାରତ ଅଭିଯାନ ଆଦି ବିଭିନ୍ନ ସେବା ଯୋଗାଇ ଦେବେ ।
ଏହି ଶିବିର ଟିକୁ ପୁରୀ ଜିଲ୍ଲାର ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ବିଶ୍ଵଜିତ୍ ଘୋଷଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ । ଏହିସେବା କାର୍ଯ୍ୟ ନବଯୌବନ ଦର୍ଶନଠାରୁ ଆରମ୍ଭ କରି ବାହୁଡା ଯାତ୍ରା
ପର୍ଯ୍ୟନ୍ତ ଜାରି ରହିବବୋଲି କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ପିଲାମାନଙ୍କର ଏହି ସେବାକାର୍ଯ୍ୟକୁ ପ୍ରଶଂସା କରିଥିଲେ ।