ବଲାଙ୍ଗିର, ଆଜି ବଲାଙ୍ଗିର ପାଟଣା ହୋଟେଲ ଛକରେ ଜୈନ ସ୍ଵେତାମ୍ବର୍ ତେରାପନ୍ଥ ସଭା ବଲାଙ୍ଗିର ଦ୍ଵାରା ୨.୫ ଲକ୍ଷ ବ୍ୟୟରେ ଏକ ପାନୀୟ ଜଳ ପ୍ରକଳ୍ପ ଅମୃତ ଧାରା ବଲାଙ୍ଗିର ମୁନ୍ସିପାଲିଟୀର ନଗରପାଳ ଲୀକା ସାହୁଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି। ୨.୫ ହଜାର ଲିଟର ବିଶିଷ୍ଟ ଏହି ଥଣ୍ଡା ପାନୀୟ ଜଳ ପ୍ରକଳ୍ପରୁ ନିୟମିତ ଶୁଦ୍ଧ ପେୟ ଜଳ ବ୍ୟବସ୍ଥା ହୋଇଥିବା ବେଳେ ଏହାର ଦେଖା ରଖା ବ୍ୟବସ୍ଥା ଜୈନ ସଭା କରିବ ବୋଲି ରାଜ୍ୟ ଉପସଭାପତି ମନୋଜ ଜୈନ କହିଛନ୍ତି।
ଏହି ଉଦ୍ଘାଟନ ସମାରୋହରେ ଜୈନ ସମାଜର ମାନ୍ୟ ଗନ୍ୟ ବ୍ୟକ୍ତି ମହିଳା ଉପସ୍ଥିତ ଥିଲା ବେଳେ ସାଧାରଣ ଲୋକେ ଓ କାଉନସିଲର ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଭାପତି ଧ୍ରୁବ ଜୈନ, ସେକ୍ରେଟାରୀ ସକ୍ଲେଶ ଜୈନ, ରାଜ୍ୟ ଉପସଭାପତି ମନୋଜ ଜୈନ, ବରିଷ୍ଟ ସଦସ୍ୟ ପ୍ରଫୁଲ୍ଲ ଜୈନ ଓ ଅନ୍ୟମାନେ ସହଯୋଗ କରିଥିଲେ। ବଲାଙ୍ଗିର ପୌରସଂସ୍ଥା ନିର୍ବାହୀଅଧିକାରୀ ଓ କାଉନସିଲ ସ୍ଥାନ ଯୋଗାଇ ଲୋକଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଛି।