
ମାଲକାନଗିରି, କୁଡୁମୁଲୁଗୁମ୍ମା ସ୍ଥିତ ୧୫୫ ବାଟାଲିୟନ ବିଏସଏଫ କ୍ୟାମ୍ପ ପରିସରରେ ଆଗାମୀ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନକୁ ଧ୍ୟାନରେ ରଖି ଏକ ପ୍ରସ୍ତୁତି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଡୁମୁଲୁଗୁମ୍ମା ୧୫୫ ବିଏସଏଫ (ଡେଲ୍ଟା କୋୟ ) ର କ୍ୟାମ୍ପ କମାଣ୍ଡର ଇନ୍ସପେକ୍ଟର ଏସ୍.ଆର୍. ମୀନା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ଯୋଗ ଶିକ୍ଷକ ଭଗବାନ ସାହୁ, ସମାଜସେବୀ ଶ୍ରୀଧର ଆଦବାରୀ, ରାଜେନ୍ଦ୍ର ପାତ୍ର ଓ ଧରମନାଥ ପାଣ୍ଡେ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବିଏସଏଫର ଶାରିରୀକ ପ୍ରଶିକ୍ଷକ ସମସ୍ତଙ୍କୁ ୱାର୍ମଅପ୍ କରାଇବା ସହ ଜଗିଙ୍ଗ୍, ବିଭିନ୍ନ ଏକ୍ସରସାଇଜ, ସୂର୍ଯ୍ୟ ନମସ୍କାରର ୧୨ ଗୋଟି ପୋଜିସନ ଓ ବିଭିନ୍ନ ଆସନ ବିଷୟରେ ଉଲ୍ଲେଖ କରି ଦେଖାଇଥିଲେ । ଏହାପରେ ଯୋଗ ଶିକ୍ଷକ ଭଗବାନ ସାହୁ ସମସ୍ତଙ୍କୁ ତିନି ଥର ଓମ୍ ଉଚ୍ଚାରଣ ସହ ବିଭିନ୍ନ ପ୍ରକାରର ପ୍ରାଣାୟାମ ଯଥା- ଭସ୍ତ୍ରୀକା, ଅନୁଲୋମ ବିଲୋମ୍, କପାଲଭାତୀ, ବାହ୍ୟ ପ୍ରାଣାୟାମ, ବ୍ରାହ୍ମରୀ, ଉଦଗ୍ରୀତ ଓ ଉଦଯାଈ ପ୍ରାଣାୟାମ ମାନ କରି ଦେଖାଇବା ସହ ଏହି ସବୁ ପ୍ରାଣାୟାମର ଉପଯୋଗୀତା ଓ ଉପକାରିତା ସଂପର୍କରେ ଅବଗତ କରାଇଥିଲେ । ବିଏସଏଫର କ୍ୟାମ୍ପ କମାଣ୍ଡର ଇନ୍ସପେକ୍ଟର ଶ୍ରୀ ମୀନା ମଧ୍ୟ ଯୋଗ ଓ ଶାରିରୀକ କସରତ ମାଧ୍ୟମରେ କିପରି ଏକ ସୁସ୍ଥ ଓ ନିରୋଗୀ ଜିବନଯାପନ କରିହେବ, ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।
ଆଜିର ଏହି ପ୍ରସ୍ତୁତିକରଣ ଶିବିରରେ ଆଖପାଖ ବିଦ୍ୟାଳୟର ପାଠ ପଢୁଥିବା ବାଳକ, ବାଳିକା ଓ ବିଏସଏଫ ଯବାନଙ୍କୁ ମିଶାଇ ସର୍ବମୋଟ ୧୦୧ ଜଣ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ ।