ଭୁବନେଶ୍ୱର – ସରକାରୀ ମାନ୍ୟତା ପ୍ରଦାନ, ମାସିକ ସର୍ବନିମ୍ନ ୨୧ ହଜାର ଟଙ୍କା ପ୍ରଦାନ, ୬ହଜାର ଟଙ୍କାର ମାସିକ ଅବସରକାଳୀନ ପେନସନ୍ ଆଦି ୨୨ ଦଫା ଦାବିରେ ଓଡିଶା ଆଶାକର୍ମୀ ଆସୋସିଏସନ୍ ରାଜ୍ୟ କମିଟି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଏକ ବିକ୍ଷୋଭ ସମାବେଶ ଅନୁÂିତ ହୋଇଯାଇଛି । ରାଜ୍ୟ ସଭାପତି ଲୋଭାକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ଆଶାକର୍ମୀ ମାଷ୍ଟରକ୍ୟାଂଟିନ୍ ଛକ ଠାରୁ ଏକ ବିଶାଳ ର୍ୟାଲିରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ କର୍ମଚାରୀ ମାରଣ ନୀତିକୁ ସମାଲୋଚା କରିଥିଲେ ।
ପରେ ଏକ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କୁ ଭେଟି ୨୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।
ଏଥିରେ ସିଆଟିୟୁ ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି , ସଭାପତି ସନାର୍ଦ୍ଧନ ପତି ପ୍ରମୁଖ ସାମିଲ ଥିଲେ ।