ମାଲକାନଗିରି, ମାଲକାନଗିରି ଭଳି ଏକ ଉପାନ୍ତ ଅଞ୍ଚଳରେ ଏକ ବିରାଟକାୟ ମାଛ ଆଦିବାସୀ ମତ୍ସ୍ୟଜୀବୀମାନେ ଧରିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଲାଗିଛି।
ମାଥିଲି ଥାନା ଅନ୍ତର୍ଗତ କିଆଙ୍ଗ ନିକଟ ସାବେରୀ ନଦୀକୁ ସ୍ଥାନୀୟ ଆଦିବାସୀ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ଏହି ବିରାଟକାୟ ମାଛଟି ପଡ଼ିଥିଲା। ମତ୍ସ୍ୟଜୀବୀମାନେ ଏହା ଏକ ତିମି ଭାବି ଭୟଭୀତ ହୋଇଯାଇଥିଲେ। ପରେ ସ୍ଥାନୀୟ ଗ୍ରମବାସୀଙ୍କ ସହଯୋଗରେ ଜାଲ ଚାରିପଟୁ ମାଟିକୁ ମିଶାଇ କୌଶଳ କ୍ରମେ ମାଛକୁ ଧରିବାରେ ସଫଳ ହୋଇଥିଲେ। ଏହାର ଓଜନ ୭୦ କେଜିରୁ ଅଧିକ ବୋଲି ଜଣାପଡ଼ିଛି। ଧରାପଡ଼ିଥିବା ମାଛର ନାମ ଡେଭିଲକ୍ୟାଟ୍ ମାଛ ବା ବାୟୋଲୋଜିକାଲ ନାମ ବାଗାରିୟସ ମାଛ ବୋଲି ଜଣାପଡ଼ିଛି।