
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ପୁରୀ ରଥଯାତ୍ରାରେ ଟ୍ରାଫିକ ବ୍ୟବସ୍ଥା ନେଇ ପ୍ରେସମିଟ୍ରେ ଅତିରିକ୍ତ ପୋଲିସ ମହାନିର୍ଦ୍ଧେଶକ ତଥା ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇ କହିଛନ୍ତି ଯେ ଟ୍ରାଫିକ ପୋଷ୍ଟରେ ଓଆରଏସ ଏବଂ ପିଇବା ପାଣିର ବ୍ୟବସ୍ଥା ରହିବ |ଏଥି ସହିତ ହେଲ୍ପଲାଇନ ନମ୍ବର-୬୩୭୦୯୬୭୧୦୦ ଜାରି କରାଯାଇଛି |
ପାର୍କିଂ ପାଇଁ ୨୭ଟି ସ୍ଥାନ ଚିହ୍ନଟ ହୋଇଛି ଏବଂ ଟ୍ରାଫିକ ବ୍ୟବସ୍ଥା ପାଇଁ ୩ଟି ଅଞ୍ଚଳରେ ୨୯ଟି ଜୋନ୍ ବ୍ୟବସ୍ଥା କରାଯାଇଛି |
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଅଟୋ ଓ ବ୍ୟାଟେରୀ ଅଟୋ ବ୍ୟବସ୍ଥା ରହିଛି |ରାଜ୍ୟ ବାହାରୁ ଆସୁଥିବା ଟୁରିଷ୍ଟ ବସ୍ ପାଇଁ ମାଳତୀପାଟପୁରରେ ପାର୍କିଂ ବ୍ୟବସ୍ଥା ରହିଛି |ଭୁବନେଶ୍ବରରୁ ଆସୁଥିବା ବସ୍ ଗ୍ରୀଡଷ୍ଟେସନ ଦେଇ ତାଳବଣିଆ ରେ ପର୍କିଙ୍ଗ କରିବେ |
କୋଣାର୍କ ପଟୁ ଆସୁଥିବା ବସ୍ ତାଳବଣିଆ ଷ୍ଟାଣ୍ଡ ରେ ପର୍କିଙ୍ଗ କରିବେ ।ଭୁବନେଶ୍ୱର ରୁ ଆସୁଥିବା ୨ ଚକିଆ ଯାନ ଜଗନ୍ନାଥ ବଲ୍ଲଭ ଓ ମଶାଣି ଚଣ୍ଡୀ ପାର୍କିଙ୍ଗ ରେ ପାର୍କ କରିବେ ଏବଂ କୋଣାର୍କ ପଟୁ ଆସୁଥିବା ୨ ଚକିଆ ଯାନ ବ୍ଲୁ ଫ୍ଲାଗ ବିଚ ପାର୍କିଙ୍ଗ ରେ ପାର୍କ କରିବେ |
କୁମ୍ଭାରପଡ଼ା ଥାନାରେ ଟ୍ରାଫିକ କଣ୍ଟ୍ରୋଲ ରୁମ୍ ରହିବ ଏବଂ ମାଳତୀପାଟପୁରରେ ଟ୍ରାଫିକ ସବ୍ କଣ୍ଟ୍ରୋଲ ରୁମ୍ ହେବ |ମାଳତୀପାଟପୁର ଦେଇ ୪ ଚକିଆ ଯାନ ପାଇଁ ତଳବଣିଆରେ ପର୍କିଙ୍ଗ ବ୍ୟବସ୍ଥା ରହିଛି ବୋଲି ଅତିରିକ୍ତ ପୋଲିସ ମହାନିର୍ଦ୍ଧେଶକ ତଥା ରାଜ୍ୟ ପରିବହନ କମିଶନର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି |