ଭୁବନେଶ୍ୱର – ବିଧାନସଭାର ବିଭାଗୀୟ ସରକାରୀ ହିସାବ କମିଟିଙ୍କର ଷÂ ବୈଠକ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି ।
ବିଧାନସଭାସ୍ଥିତ ପ୍ରକୋÂ ନଂ-୫୪ରେ ଅନୁÂିତ ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ସଂପର୍କରେ ଭାରତର ମହାଲେଖ ନିୟନ୍ତ୍ରକ ତଥା ମହାସମୀକ୍ଷକ ୨୦୧୩-୧୪ ବର୍ଷ ପାଇଁ ଦେଇଥିବା ରିପୋର୍ଟ୨୦୧୪ର ରିପୋର୍ଟ ନଂ-୭ର ପାରା-୩.୫କୁ ପରୀକ୍ଷା କରାଯିବା ସହ ଏହା ଉପରେ ପର୍ଯ୍ୟାଲୋଚନା କରାଯାଇଥିଲା ।
ଏହି ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ଶ୍ରୀ ନରସିଂହ ମିଶ୍ର, ଶ୍ରୀ ଦେବୀପ୍ରସାଦ ମିଶ୍ର, ଶ୍ରୀ ଜୟନାରାୟଣ ମିଶ୍ର, ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ସମାଜ କଲ୍ୟାଣ ନିଦେ୍ର୍ଧଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ୍, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କ ସମେତ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ତଥା ବିଧାନସଭାର ବରିÂ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।