କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଚଳିତ ବର୍ଷ ସ୍ବଚ୍ଛ ରଥ ଯାତ୍ରା ଉଦ୍ଦେଶ୍ୟ ନେଇ ରବିବାର ମଙ୍ଗଳା ଘାଟ ନିକଟରୁ “ନିଜ ଅଞ୍ଚଳର ସ୍ବଚ୍ଛତା ଦାୟିତ୍ୱ ନିଜର” କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଯୁବ ଆଇନଜୀବୀ ଦୀପକ୍ କୁମାର ପଣ୍ଡାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସଦସ୍ୟା ଙ୍କ ସମେତ ବରିଷ୍ଠ ନାଗରିକ ଓ ଉତ୍ସାହୀ ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ। ମହାପ୍ରଭୁଙ୍କ ଯାତ୍ରା କେବଳ ସରକାର ଙ୍କ ନୁହେଁ ଆମେ ଶ୍ରୀକ୍ଷେତ୍ର ବାସି ଙ୍କ ଯଥେଷ୍ଟ କର୍ତ୍ତବ୍ୟ ରହିଛି। ଆଧ୍ୟାତ୍ମିକତା ଓ ପବିତ୍ରତାର ପ୍ରମୁଖ ଉପାଦାନ ହେଉଛି ସ୍ବଚ୍ଛତା। ଏଣୁ ଠାକୁରଙ୍କ ଆଗମନରେ ଆମେ ସ୍ବଚ୍ଛତା ରକ୍ଷା କରି ପ୍ରଭୁ କୃପା ଲାଭ କରିବାକୁ ପରାମର୍ଶ ଦିଆଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ମଙ୍ଗଳା ଘାଟରୁ ବସେଳିସହି ଥାନା, ତ୍ରିଦେବ ନଗର ହୋଇ ଭଟ ଜାଗା ନିକଟରେ ସଚେତନତା ଶୋଭାଯାତ୍ରା ପହଞ୍ଚିଥିଲା। ସାହିର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଓ ମୂରବୀ ଶ୍ରେଣୀୟ ବ୍ୟକ୍ତି ବିଶେଷ ସ୍ବଚ୍ଛତା ସଙ୍କଳ୍ପ ନେଲେ ଶ୍ରୀକ୍ଷେତ୍ର ସଫା ରହିବା ବାଟ ସଫା ହେବ ବୋଲି ମତ ପ୍ରକାଶ ପାଇଛି। ରାସ୍ତାରେ ପଡ଼ିଥିବା ଅଳିଆ ଗୋଟାଇବା ସହ ସାହି ବାସିନ୍ଦାଙ୍କୁ ରାସ୍ତା ଅପରିଷ୍କାର ନକରିବାକୁ କହିଥିଲେ। ରଥଯାତ୍ରା ଦିନରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନିୟମିତ ସ୍ବଚ୍ଛତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦୀପକ ପଣ୍ଡା କହିଥିଲେ ।
Related Stories
November 23, 2024