କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶ୍ରୀଜଗନ୍ନାଥ ସେନା ଏବଂ ଚକ୍ରତୀର୍ଥ ବ୍ୟବସାୟୀ ମହାସଂଘ ତରଫରୁ ସାଗର ସତ୍ୟାଗ୍ରହ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା |ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶିନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭିନ୍ନ ଦାବୀ କୁ ନେଇ ଏହି ଆନ୍ଦୋଳନ କରାଯାଇଥିଲା |ସେନା ତରଫରୁ ଦାବୀ କରାଯାଇଛି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ରଥଯାତ୍ରା ସମୟରେ ମରାମତି କରାଯାଉ, ଦଶବତାର ମୃତ୍ତି ସ୍ଥାପନ କରାଯାଉ, ପୁରୀବାସୀଙ୍କୁ ଚାରି ଦ୍ୱାର ଦେଇ ଶ୍ରୀମନ୍ଦିର ରେ ଦର୍ଶନ ପାଇଁ ଛଡ଼ାଯାଉ ଏବଂ ଏମାର ମଠରୁ ଉଦ୍ଧାର କରାଯାଇଥିବା ୫୨୨ ରୁପା ଇଟା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର କୁ ଅଣାଯାଉ |ଗଜପତି ମହାରାଜ କହିବା ଅନୁସାରେ ରତ୍ନ ଭଣ୍ଡାର ମରାମତି ନିହାତି ଆବଶ୍ୟକ ରହିଛି ଏବଂ ଏହା କେବଳ ରଥଯାତ୍ରା ସମୟରେ ସମ୍ଭବ କାରଣ ମହାପ୍ରଭୁ ୧୨ ଦିନ ପାଇଁ ମନ୍ଦିରରେ ରହିନଥାନ୍ତି |ଏହି ସମୟରେ ପ୍ରଶ୍ନତତ୍ୱ ବିଭାଗ ମନ୍ଦିରରେ ପ୍ରବେଶ କରି ମରାମତି କରିପାରିବେ |ଯଦି ରାଜ୍ୟ ସରକାର ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ନ କରନ୍ତି ତାହେଲେ ଏହି ଆନ୍ଦୋଳନ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ ବୋଲି ସେନାର ଆବାହକ ପ୍ରିୟଦର୍ଶିନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |
Related Stories
November 23, 2024