ରଥଯାତ୍ରା ସମୟରେ ପୁରୀ ସମୁଦ୍ରରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ସମୁଦ୍ର କୂଳରେ ଚକ୍ରତୀର୍ଥ ରୁ ଷ୍ଟର୍ଲିଙ୍ଗ ର୍ଯ୍ୟନ୍ତ ୫ଟି ଲାଇଫ ଗାର୍ଡ ଷ୍ଟେସନ ସହିତ ଫାଷ୍ଟ ଏଡ ସେଣ୍ଟର୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଏଥି ସହିତ ସମୁଦ୍ର କୂଳରେ ୩୦୦ ଲାଇଫଗାର୍ଡ ମୁତୟନ କରାଯିବ।ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘ ସମ୍ପାଦକ ହ୍ୟାରୀ ରାଓ ଓ ମହାସଂଘ ସଭାପତି ବାଡି ଶିବ ରାଓ ଏଥର ରଥ ଯାତ୍ରା ଯେପରି ଜିରୋ ଡ୍ରାଉନିଂ ହେବ ସେଥି ପାଇଁ ସମସ୍ତେ ତତ୍ପର ରହିବେ ବୋଲି କହିଛନ୍ତି।ଏହି କ୍ରମରେ ରବିବାର ସକାଳେ ପୁରୀ ନୀଳାଦ୍ରି ବିଚ୍ ଠାରେ ପୁରୀ ଲାଇଫ ଗାର୍ଡ ମହାସଂଘର ସହିତ ଜିଲ୍ଲା ପ୍ରଶାସନର ଏକ ମିଳିତ ସଭା ଅନୁଷ୍ଠିତ ହୋଇ ପ୍ରତ୍ୟେକ ଲାଇଫ ଗାର୍ଡ ମାନଙ୍କୁ ସ୍ୱତନ୍ତ୍ର ଡ୍ରେସ କୋଡ୍ ପ୍ରଦାନ କରାଯାଇଥିଲା। ଏହିଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏ ଡି ଏମ ଜେନେରାଲ ଶ୍ରୀ ପ୍ରଦୀପ କୁମାର ସାହୁ ରଥ ଯାତ୍ରାରେ ସମସ୍ତେ ବଡ ଦାଣ୍ଡ ରେ ବ୍ୟସ୍ତ ଥିବା ବେଳେ ସମ୍ପୂର୍ଣ୍ଣ ବେଳା ଭୂମି ଦାୟିତ୍ବ ଲାଇଫ ଗାର୍ଡ ମାନଙ୍କ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବରେ ମଞ୍ଚରେ ଉପଜିଲ୍ଲା ପାଳ ଭବତାରଣ ସାହୁ,ଏ ଡି ଏମ ପ୍ରୋଟୋକଲ ଶରତ ଚନ୍ଦ୍ର ମହାପାତ୍ର ଏ ଡି ଏମ ରେଭିନିୟୁ କୈଳାଶ ଚନ୍ଦ୍ର ନାୟକ ଏମର ଜେନ୍ସୀ ଅଧିକାରୀ ଜୀତେନ୍ଦ୍ର କୁମାର ଜେନା ପ୍ରଭୃତି ଉପସ୍ଥିତ ରହି ପ୍ରତ୍ୟେକ ବର୍ଷ ଲାଇଫ ଗାର୍ଡ ମାନେ ଯେପରି ନିସ୍ୱର୍ଥ ପର ଭାବରେ ସେବା ଯୋଗାଇ ଆସୁଛନ୍ତି ସେଥିପାଇଁ ମହାସଂଘକୁ ଧନ୍ୟବାଦ୍ ଦେବା ସହିତ ଏବର୍ଷ ମଧ୍ୟ ସେହି ଭଳି ସେବା ଯୋଗାଇ ଦେବା ପାଇଁ ଆହ୍ବାନ ଦେଇ ଥିଲେ ।କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କାନ୍ତ ପ୍ରଧାନ ପରିଚାଳନା କରିଥିବା ବେଳେ ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ସିଦ୍ଧାର୍ଥ ରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Stories
November 23, 2024