ଭୁବନେଶ୍ୱର- ନିଳାଚଳ ଇସ୍ପାତ ନିଗମକୁ ଘରୋଇକରଣ କରାଯିବା ପ୍ରତିବାଦରେ ଏବଂ ଏହି କାରଖାନାକୁ କାର୍ଯ୍ୟକ୍ଷମ କରିବା ଦାବିରେ ସୋମବାର ଭୁବନେଶ୍ୱରରେ ବିଭିନ୍ନ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ମିଳିତ ଭାବେ ଲୋୟର ପିଏମଜି ଠାରେ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି । ପରେ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଶୋଭାଯାତ୍ରା ମାଷ୍ଟରକ୍ୟାଂଟିନ୍ ଛକ ଠାରୁ ବାହାରି ଲୋୟର ପିଏମଜି ଠାରେ ପହଂଚିଥିଲା । ଆଇଏନଟିୟୁସି , ଏଆଇଟିୟୁସି , ଏଚଏମଏସ୍ , ସିଆଇଟିୟୁ , ଏଆଇୟୁଟିୟୁସି , ଏଆଇସିସିଟିୟୁ ଏବଂ ନିଳାଚଳ ବଂଚାଅ ମିଳିତ ମଂଚ ନେତୃତ୍ୱରେ ଅନୁÂିତ ଏବଂ ବିକ୍ଷୋଭ ସମାବେଶରେ ଶ୍ରମିକ , କର୍ମଚାରୀ ଓ ବିସ୍ଥାପିତ ଜନ ସାଧାରଣ ସାମିଲ ହୋଇଥିଲେ ।
ସମ୍ପୃକ୍ତ ସଂଗଠନର ନେତୃବୃନ୍ଦମାନେ ଅଭିଯୋଗ କରିଥିଲେ ଯେ ୧୯୮୧ ମସିହାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଓଡିଶାର ଦ୍ୱିତୀୟ ଇସ୍ପାତ କାରଖାନା ନିଳାଚଳ ଇସ୍ପାତ ନିଗମ ପ୍ରତିÂା ନିଷ୍ପତି ହୋଇଥିଲା । ୨୦୦୨ ବେଳକୁ ଏଠାରେ ଉପôାଦନ ଆରମ୍ଭ ହୋଇଥିଲା । ୧.୧ ମିଲିୟନ୍ ଟନ୍ ଉପôାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଷ୍ଟିଲ୍ ପ୍ଲାଂଟ କେନ୍ଦ୍ର ସରାକରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ଏମଏମଟିସି ର ୪୯.୯ % , ଏନଏମଡିସି ୧୩.୨% ,ଭେଲ ଓ ମେକନ୍ ର ୧୦.୯% , ଓଡିଶା ସରକାର ର ଖଣି ନିଗମର ୧୯ % , ଇପିକଲ୍ ୭% ଅଂଶଧନରେ ଏହି କାରଖାନା ତିଆରି ହୋଇଥିଲା । ଖଣି କମିଶନ ଏବେ ମଧ୍ୟ ରହିଛି । କିନ୍ତୁ କଂଚାାଲ ଅଭାବ ଦର୍ଶାଇ ଗ୍ଲାସ୍ ଫର୍ଣ୍ଣେସ୍ କୁ ବନ୍ଦ କରି ଦିଆଯାଇଛି । ଯାଜପୁର କଳିଙ୍ଗ ନଗରର ବିକାଶ ଏବଂ ନିଯୁକ୍ତି ସୃଷ୍ଟି ପାଇଁ ଏହି କାରଖାନାର ପରିକଳ୍ପନା କରାଯାଇଥିଲା । ସେଥିପାଇଁ ସ୍ଥାନୀୟ ଲୋକେ ଚାଷ ଜମି ଓ ଘର ଛାଡିଥିଲେ । ତେଣୁ ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ବନ୍ଦ ପଡିଥିବା ଏହି କାରଖାନାକୁ କାର୍ଯ୍ୟକ୍ଷମ କରାଯାଉ ।
କର୍ମଚାରୀଙ୍କ ପକ୍ଷରୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ କାରଖାନାର ସଙ୍କଟ ଦୂରୀକରଣ ଓ ଘରୋଇ କରଣ ପ୍ରକ୍ରିୟାକୁ ବିରୋଧ କରାଯାଇଛି । ଏଥିପାଇଁ ପୂର୍ବରୁ ଦାବି ପତ୍ର ଦିଆଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି । କାରଖାନାକୁ ଚାଲୁ ରଖିବାକୁ ରାଜ୍ୟ ୩୦୦ କୋଟି ଓ କେନ୍ଦ୍ର ୮୦୦ କୋଟି ର ସହାୟତା ଘୋଷଣା ସମ୍ପର୍କରେ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା । କିନ୍ତୁ ତାରକୌଣସି ଲିଖିତ ରାଜିନାମା ପତ୍ର ଆସିନାହିଁ ।
ସେମାନେ କହିଛନ୍ତି ଯେକେନ୍ଦ୍ର ଓ ରାଜ୍ୟ ସରକାର କାରଖାନାର ଘରୋଇକରଣ ନିଷ୍ପତି ପ୍ରତ୍ୟାହାର କରି ନିଜ ନିୟନ୍ତ୍ରଣରେ ରଖି ପରିଚାଳନା କରନ୍ତୁ । ଏହା ବ୍ୟତୀତ କର୍ମଚାରୀମାନଙ୍କୁ ନିୟମିତ ମାସିକ ଦରମା ଓ ଭତା ପ୍ରଦାନ ସହ ନିଳାଚଳ ଇସ୍ପାତ ନିଗମକୁ କ୍ଷତି ପହଂଚାଇଥିବା ପଦାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ନେବାକୁ ଟ୍ରେଡ୍ ୟୁନିୟନ୍ ମାନେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନେ୍ଦାଳନକୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି ।