ପୁରୀ, ରଥକଳାରେ ଏବେ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ରଥ ନିର୍ମାଣରେ ମହାରଣଣାମାନଙ୍କ ସହିତ ମୁଖ୍ୟ ଭୂମିକା ରହିଛି ଭୋଇ ସେବକମାନଙ୍କର । ରଥ ଦିର୍ମାଣରେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ଭୂମିକା ଅଗ୍ରଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ବଡ଼ଦାଣ୍ଡରେ ଗଦା ହୋଇଥିବା ରଥ କାଠକୁ ରଥ ଖଳାକୁ ବୋହି ନେବା ଠାରୁ ଆରମ୍ଭ କରି ରଥ ଉପରେ ସାରଥୀକୁ ବସାଇବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଭୋଇମାନଙ୍କ କାର୍ଯ୍ୟ ରହିଛି । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରି ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ସେମାନଙ୍କର ଅଂଶିଦାର ଥାଏ । ପ୍ରଥମେ ଅକ୍ଷୟତୃତୀୟାରେ ଭୋଇ ସର୍ଦ୍ଦାରୁଙ୍କୁ ଶାଢି ଦେଉଳକରଣଙ୍କ ଦ୍ୱାରା ପ୍ରଦତ ହେବା ପରେ ସର୍ଦ୍ଦାର ୩ ରଥର ୨ଜଣ ଲେଖାଏଁ ମୁଖ୍ୟ ଭୋଇଙ୍କୁ ଶାଢି ଦେଇଥାନ୍ତି । ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଭୋଇସେବକମାନଙ୍କ ଦ୍ୱାରା ଯନ୍ତାଗାଡ଼ ଖୋଳା ଅନୁକୂଳ ହୋଇଥାଏ । ତୁମ୍ବରେ ଅରଯୋଡ଼ା ଯିବା ବେଳେ ଭୋଇମାନେ ଡ଼େରା ମୁଣ୍ଡରେ ବାଡ଼େଇ ବାଡ଼େଇ ଅର ଗୁଡ଼ିକ ତୁମ୍ବ ମଧ୍ୟରେ ଭର୍ତି କରିଥାନ୍ତି । ଯାହା ସିଙ୍ଗଡ଼ା ଅନୁକୂଳ ବୋଲି କୁହାଯାଏ ।
ଭୋଇମାନେ ମୁଖ୍ୟତଃ ୧୨୩ ପୁଟିଆ ,୨୦ ଫୁଟିଆ ଓ ୪୦ ପୁଟିଆ କାଠକୁ ମିଳିତ ଭାବେ ରଥ ଖଳାକୁ ବୋହି ଆଣିଥାନ୍ତି । ୩ ରଥର ଚକ ଡ଼େରା ସମୟରେ ମଧ୍ୟ ସେମାନେ ମୁଖ୍ୟ କାର୍ଯ୍ୟ ନିର୍ବାହ କରିଥାନ୍ତି । ରଥ ନିର୍ମାଣ ସହିତ ରଥକୁ ସାରଥୀ,ହଂସପଟା, ଘୋଡ଼ା,ଯୋଡ଼ିବା, ପାଶ୍ୱର୍ ଦେବତା,ଅଁଳା ଓ ଶୁଆ ଆଦିକୁ ରଥକୁ ବୋହି ଆଣିଥାନ୍ତି । ଏତଦବ୍ୟତୀତ ରଥରେ ଚାରମାଳ ବାନ୍ଧିବା ଓ ଖୋଲିବା ଭୋଇମାନଙ୍କର କାର୍ଯ୍ୟ । ତାଳଧ୍ୱଜ ରଥରେ ନକୁଳ ଓ ଧ୍ରୁବ ଭୋଇ ଦର୍ପଦଳନ ରଥରେ ରବି ଭୋଇ ଓ ବସନ୍ତ ଭୋଇ ମୁଖ୍ୟ ଭୋଇଭାବେ କାର୍ଯ୍ୟ କରୁଛନ୍ତି । ନନ୍ଦିଘୋଷ ରଥରେ କାର୍ତିକ ଭୋଇ ଓ ବିଷ୍ଣୁ ଭୋଇ ଜଗନ୍ନାଥ ବାଡ଼ର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ରବିଙ୍କ ତତ୍ୱାବଧାନାରେ ତାଳଧ୍ୱଜ ରଥରେ ୨୬ ଜଣ ଭୋଇ ,ସୁଭଦ୍ରାଙ୍କ ରଥରେ ୨୫ ଜଣ ଭୋଇ ଓ ନନ୍ଦିଘୋଷ ରଥରେ ୨୬ ଜଣ ଭୋଇ ନିୟୋଜିତ ହୋଇ ରଥ ନିର୍ମାଣରେ କାର୍ଯ୍ୟ କରୁଛନ୍ତି । ସମୁଦାୟ ୭୭ ଜଣ ଭୋଇ ସେବକ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି । ସର୍ଦ୍ଦାରଙ୍କ ରଥ ନିର୍ମାଣରେ ଗୁରୁ ଦାୟିତ୍ୱ ରହିଛି । ରବି ଭୋଇ ଏଥିପାଇଁ ଅକ୍ଷୟ ତୃତୀୟା ଠାରୁ ଶୟନ ପୂର୍ଣ୍ଣିମା ପର୍ଯ୍ୟନ୍ତ ହବିଷାନ୍ନ ପାଳନ କରିଥାନ୍ତି । ସର୍ଦ୍ଦାରଙ୍କୁ ପ୍ରାପ୍ୟ ବାବାଦରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯନ୍ତାଅଡ଼ା କାଠି ଏକାଦଶୀକୁ ଅବଢା ଆଦି ପ୍ରଦାନ କରାଯାଇଥାଏ । ପୁରୁଷାନୁକ୍ରମିକ ଭାବେ ରବିଙ୍କ ପରିବାର ପରମ୍ପରାକୁ ରକ୍ଷା କରି ରଥ ନିର୍ମାଣରେ ସର୍ଦ୍ଦାର ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଭୋଇମାନଙ୍କୁ ଯାହା ପ୍ରାପ୍ୟ ପ୍ରଦାନ କରାଯାଉଛି ସମସ୍ତେ ଏହାକୁ ନେଇ ସନ୍ତୁଷ୍ଟ ଥିବା ସର୍ଦ୍ଦାର କହିଛନ୍ତି । ମହାପ୍ରଭୁଙ୍କ ପାଖେ ରହି ମହାପ୍ରଭୁଙ୍କ ସେବା କରି ନିଜେକୁ ଧନ୍ୟ ମଣିଛନ୍ତି ।