-
ଜଳ-ସ୍ଥଳ- ଆକାଶପଥ ଜଗିଛି ପୋଲିସ
ପୁରୀ, ବିଶ୍ୱ ବିଖ୍ୟାତ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତର ବାହାର ସହ ସହର ଭିତର ଓ ବାହାର ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ଲ ପ୍ରିଂଟ କରାଯାଇ ପୋଲିସ ନିୟୋଜିତ କରାଯାଇଛି । ସମଦ୍ର ପଥ ଓ ଆକାଶ ପଥ ପାଇଁ ସ୍ୱତନ୍ତ୍ର ହାଇଟେକନିକ୍ ଯନ୍ତ୍ର ବ୍ୟବସ୍ଥା କରାଯାଇଛି । ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ସାହି କମିଟି ସହ ସ୍ୱତନ୍ତ୍ର ପ୍ରଶିକ୍ଷିତ ଗୋଇନ୍ଦା ପୋଲିସ ସାଧା ପୋଷାକ ଧାରଣ କରି ବିଭିନ୍ନ ସ୍ଥାନରେ ପଇଁତରା ମାରିବେ । ସନ୍ଧାନି କୁକୁର ଜରିଆରେ ବିଭିନ୍ନ ସନ୍ଦେହ ଜନକ ବସ୍ତୁକୁ ଚିହ୍ନ କରିବ । ବମ ସ୍କ୍ୱାର୍ଡ଼ ଟିମ ୍ ଜାଗ୍ରତ ରହିବେ । ବିଭିନ୍ନ କୋଠା ଉପରେ ପୋଲିସ ଦୂରବିକ୍ଷଣ ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ନଜର କରିବେ । ବିଭିନ୍ନ ସ୍ଥାନରେ ସିସିଟିଭ ଲଗାଯାଇ କଂଟ୍ରୋଲ ରୁମ ଜରିଆରେ ଜନଗହଳିପୂର୍ଣ୍ଣ ଅଞ୍ଛଳକୁ ପୋଲିସ ନିରିକ୍ଷଣ କରିବ । ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଓ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ଏବଂ ପୋଲିସ ମହାପ୍ରଭୁଙ୍କ ସେବା ପାଇଁ ସବର୍ମିତ ଭାବ ନେଇ କାର୍ଯ୍ୟ କରିବ ବୋଲି କହିଛନ୍ତି । ଜନଗହଳି ନିୟନ୍ତ୍ରଣ, ରଥଟଣା ,ଭିଆଇପିଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଆଜି ଠାରୁ ସହର ଭିତରେ ବାହାରେ ପୋଲିସ ମୁତୟନ ହୋଇ କର୍ତବ୍ୟ ପାଳନ କରୁଛନ୍ତି । ଚଳିତ ରଥଯାତ୍ରାରେ ୧୭୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ଚଳିତବର୍ଷ ରଥଯାତ୍ରାରେ ଏସପି ଓ କମାଣ୍ଡାଂଟ ୧୯ ଜଣ , ଏଏସପି / ଡ଼େପୁଟି କମାଣ୍ଡାଂଟ ୩୭ ଜଣ,ଆସିଷ୍ଟାଣ୍ଡ କମାଣ୍ଡାଂଟ ୮୫ ଜଣ, ଇନ୍ସିପେକ୍ଟର /ରିଜର୍ଭ ଇନ୍ସିବେକଟର/ ସୁବେଦାର ୧୫୦ ଜଣ ,ଏସଆଇ /ଏଏସଆଇ ୭୬୦ ଜଣ , ହାବିଲଦାର ୯୦ ଜଣ ,କନେଷ୍ଟବଳ ୫୯୪ ,ଟ୍ରାଫିକ ହାବିଲଦାର ୩୦ ଜଣ, ଟ୍ରାଫିକ କନେଷ୍ଟବଳ ୧୧୧ ଜଣ, ହୋମଗାର୍ଡ଼ ୨୪୪୫ ଜଣ ,ର୍ୟାପିଡ଼୍ ଆକ୍ସନ ଫୋର୍ସ ୨ କମ୍ପାନି,ଓଡ଼୍ରାଫ୨ ୟୁନିଟ୍,ଏସଓଜି ୨ ୟୁନିଟ୍, ଏସଟିୟୁ, ୨ ୟୁନିଟ୍, ଏଡ଼ଡ଼ିଆରଏଫ ୧ ୟୁନିଟ୍, ଏଲଟି ୨ କମ୍ପାନି ନିୟୋଜିତ ହେବେ । ମହାପ୍ରଭୁଙ୍କ ରଥଯାତ୍ରା କିପରି ଭକ୍ତମାନେ ସୁବିଧାରେ ଦର୍ଶନ କରି ସୁଖଦଃ ଅନୁଭୂତି ନେଇ ଫେରିବେ ସେଥିପ୍ରତି ପୋଲିସ ବିଭାଗ ତାର କର୍ତବ୍ୟ ଜାରି ରଖିଛି । ସହର ବାହାରେ ୨୭ ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପୋଲିସ ପକ୍ଷରୁ ଟାଉନ ହଲ ଓ ରିର୍ଜଭ ପୋଲିସ ଲାଇନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ତିଆଯାଇଛି । ଏଡ଼ିଜି ଅମିତାଭ ଠାକୁର, ଡ଼ିଆଇଜି ଅଖିଲେଶ୍ୱର ସିଂହ, ହେଡ଼କ୍ୱାଟର ଏସପି ରାହୁଳ ଜୈନ, ଅତିରିକ୍ତ ପୋଲିସ କମିସନର ଉମାଶଙ୍କର ଦାଶ, ଡ଼ିଆଇଜି ସତ୍ୟଜିତ ନାୟକ, ଏଡ଼ିଜି ସଞ୍ଜୀବ ପଣ୍ଡା ପ୍ରମୁଖ ବିଭିନ୍ନ ଦାୟିତ୍ୱରେ ରହିଛନ୍ତି । ଆଇନଶୃଙ୍ଖଳା ଦାୟିତ୍ୱରେ ଏଡ଼ିଜି ସଞ୍ଜୟ କୁମାର, ସମସ୍ତ ବିଭାଗର ପରିଚାଳନା ଦାୟିତ୍ୱରେ ହେଡ଼ କ୍ୱାଟର ଡ଼ିଜି ରାଧାକୃଷ୍ଣ ଶର୍ମା ରହିଛନ୍ତି । କେନ୍ଦ୍ରାଞ୍ଛଳ ଆଇଜି ଆଶିଷ ସିଂହ , ପୁରୀ ଏସପି କେ. ବିଶାଲ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ବ୍ୟବସ୍ଥାକୁ ତଦାରଖ କରୁଛନ୍ତି ।