
ଜୟପୁର, କୋରାପୁଟ ଜିଲା କଂଗ୍ରେସ କମିଟି ସଭାପତି ଦୁର୍ଗା ଶଙ୍କର ସାହୁଙ୍କୁ ସମ୍ଭର୍ଦ୍ଧନା ଦିଆଯାଇଛି । ହାଲୋ ଜୟପୁର ଠାରୁ ଏକ ବାଇକ ଶୋଭାଯାତ୍ରା ବାହାରି ଜୟପୁରସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ପହଂଚିଥିଲା । ସେଠାରୁ ଜୟନଗର ଲେକପ୍ଲାସିଡ ରେ ପହଂଚି ସେଠାରେ ସଭା ଅନୁଷ୍ଠିତ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି କୋରାପୁଟ ସାସଂଦ ସପ୍ତଗିରି ଶଙ୍କର ଉଲ୍ଲକା, ବିରେନ ମୋହନ ପଟ୍ଟନାୟକ, ପୁବତ ବିଧାୟକ ରାମ ଚନ୍ଦ୍ର କାଡାମ, ନିମାଇ ସରକାର, କୃଷ୍ଣ କୁଳଦିପ, ରୁପକ ତୁରକ, ମନୋଜ ଆଚାଯ୍ୟ, ଅଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜୟପୁର ରେ କାଯ୍ୟକ୍ରମ ହେଉଥିବା ବେଳେ ଏଠାରେ ବିଧାୟକ ତାରା ପ୍ରସାଦ ବାହିନିପତି, ପୁବତନ ଜିଲା ସଭାନେତ୍ରୀ ମିନାକ୍ଷୀ ବାହିନିପତି, ଜିଲା ପରିଷଦ, କାଉନସିଲର, ବ୍ଲକ ସଭାପତି , ପୌର ଅଧ୍ୟକ୍ଷ କେହି ଉପସ୍ଥିତ ନଥିଲେ । ଏନେଇ ସାଂସଦ ଉଲ୍ଲକା ଓ ଜିଲା ସଭାପତି ସାହୁ କହିଛନ୍ତି କଂଗ୍ରେସରେ କନ୍ଦଳ ନାହିଁ ବିଧାୟକ ବାହାରେ ଥିବାରୁ ଏଠାରେ ଅନୁପସ୍ଥିତ ଅଛନ୍ତି । ଏନେଇ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କୁ ପଚାରିବାରୁ କହିଥିଲେ ସମ୍ବଦ୍ଧନା ସଭା ହେଉଥିବା ସେ ଜାଣି ନାହଁନ୍ତି ।