କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱ ନିୟନ୍ତା |ମହାପ୍ରଭୁ ଙ୍କ ଅଭଡ଼ା ଟିକେ ପାଇବା ପାଇଁ ଭକ୍ତମାନେ ଚାତକ ପରି ଚାହିଁଥାନ୍ତି |ପ୍ରତ୍ୟେକ ଦିନ ଅଭଡ଼ା ପାଇବା ସମ୍ଭବ ହେଉନଥିବା ବେଳେ ଭକ୍ତ ଟିଏ ଅଭଡ଼ା ପରିବର୍ତ୍ତେ ପ୍ରତ୍ୟେକ ଦିନ ନିର୍ମାଲ୍ୟ ପାଇଥାନ୍ତି ହେଲେ ମହାପ୍ରଭୁ ଙ୍କ ମହାପ୍ରସାଦ ନାଁରେ ଭକ୍ତଙ୍କ ବିଶ୍ୱାସ ସହିତ ବିଶ୍ୱାସ ଘାତକ କରିଛନ୍ତି କିଛି ଅସାଧୁ ବ୍ୟକ୍ତି । ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ ହୋଇଛି । ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଉଛି | ଅଣସର ସମୟରେ ସୀମିତ ଅଭଡ଼ା ମିଳୁଥିବା ସୁଯୋଗ ନେଇ କିଛି ଅସାଧୁ ସେବାୟତ ଏଭଳି କରିଥିବା ସୂଚନା ମିଳିଛି |
Related Stories
November 23, 2024