ନୂଆଦିଲ୍ଲୀ, ୟୁଏନଏଚକ୍ୟୁରେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ ।
ଜାତିସଂଘ ସାଧାରଣ ସଭାର ଅଧ୍ୟକ୍ଷ ଶ୍ରୀ ସାବା କୋରୋସିଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ୟୁଏନଏଚକ୍ୟୁରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଆପଣଙ୍କୁ ଦେଖିବାକୁ ଉତ୍ସୁକ ଅଛି । ଆପଣଙ୍କ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମକୁ ଆହୁରି ସ୍ୱତନ୍ତ୍ର ବନାଇବ ।
ଯୋଗ ସୁନ୍ଦର ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଦିଗରେ ଦୁନିଆକୁ ଏକାଠି କରିଥାଏ । ଏହା ବୈଶ୍ୱିକ ସ୍ତରରେ ଅଧିକ ଲୋକପ୍ରିୟ ହେଉ ।’