ଶ୍ରୀନଗର ,ଜମ୍ମୁ ଓ କଶ୍ମୀରର କୁପୱାଡ଼ା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଂଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ଭୋର ସମୟରେ ଭାରତୀୟ ସେନା ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ମିଳିତ ଭାବେ ନିୟନ୍ତ୍ରଣ ରେଖା ନିକଟରେ ଜୁମାଗୁଣ୍ଡ ଅଂଚଳରେ ଏହି ଏନ୍କାଉଂଟର କରାଯାଇଥିଲା ।
ଉକ୍ତ ଅଂଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇବା ପରେ ସେଠାରେ ସେନା ଓ ରାଜ୍ୟ ପୁଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ଏହି ଅପରେସନ ବେଳେ ଆତଙ୍କବାଦୀଙ୍କ ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା । ବର୍ତମାନ ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।