
ସୁବର୍ଣ୍ଣପୁର, ପ୍ରଥମେ ଟୋକନ ଝମେଲା ତା ପରେ ସାଟେଲାଇଟ୍ ଝାମେଲା ପରେ ଧାନନେଇ ମଣ୍ଡିରେ ଚାଷୀମାନେ ଗଦା କରିବାପରେ ମିଲର୍ସ ଗାଡ଼ି ପଠାଇବାରେ ଅହେତୁକ ବିଳମ୍ବ କରିବାରୁ ବଡ଼ବଡ଼ ଚାଷୀ ନିଜ ନିଜର ବ୍ୟବସ୍ଥାରେ ମିଲକୁ ଧାନପଠାଇ ପେକ୍ସ୍ ରେ ଏଣ୍ଟ୍ରି କରିପାରୁଥିବା ବେଳେ କ୍ଷୁଦ୍ର ଚାଷୀ ଚାତକଭଳି ଖରା ବର୍ଷାରେ ମିଲର୍ସ୍ ର ଗାଡ଼ି କୁ ଅପେକ୍ଷା କରି ରାତି ଅନିଦ୍ରା ହେଉଛି । ଏହାକୁ ନେଇ ଦୁଇ ଦିନ ତଳେ ଜ଼ିଲ୍ଲାର ବୀରମହାରାଜପୁର ବ୍ଲକ କେନ୍ଦ୍ରିଆପାଲି ପଂଚାୟତର ତିଳେଶ୍ଵର, ବାରଝୁଲା, ଅଚଣ୍ଡା ଗାଁ ର ବହୁ ଚାଷୀ ଜ଼ିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ଠାରେ ଫେରାଦ ହୋଇ ସ୍ଥାନୀୟ ସ୍ଵୟଂ ସହାୟକ ମହିଳା ଗୋଷ୍ଠୀଙ୍କ ଅପାରଗତା ଉପରେ ଅଭିଯୋଗ କରିଛନ୍ତି। ଜ଼ିଲ୍ଲାର ଗାଡି ମାଲିକ ମାନଙ୍କୁ ଅଣଦେଖା ସହ ରାଜ୍ୟ ବାହାରକୁ ଧାନ ଚାଲାଣ କରି ପ୍ରଶାସନ ମାଲେମାଲ ହେଇଥିବା ଚାଷୀ ଙ୍କ ଠୁଁ ସିଧାସଳଖ ଅଭିଯୋଗ ଆସୁଛି। କିଛି ଗୁଣ୍ଡା ଶ୍ରେଣୀର ଲୋକ ଓ ଦଲାଲ ମାନଙ୍କ ହାତରେ ଛାଡି ଦେଇ ପ୍ରାୟ ମଣ୍ଡିରେ ଅନୁପସ୍ଥିତ ରହୁଛନ୍ତି ସମ୍ପାଦକ। ପୁଆ ଭଳି କେତେ ମଣ୍ଡିରେ ଜଣେ ଚୌକିଦାର ଟ୍ରକ ଟ୍ରକ ଧାନ କିଣୁଥିବା ଦେଖିବାକୁ ମିଳିଥିଲା।
ଏଥିରୁ ଜଣାପଡୁଛି ଯେ, ପେକ୍ସ ଡାଟାରେ ଉଠୁଛି ଧାନର ବାସ୍ତବ ଚିତ୍ର, କିନ୍ତୁ ଅଲଗା ଅଛି। ଗତ ୯ ତାରିଖରେ ଆମ ପ୍ରତିନିଧି ସୋନପୁର ବ୍ଲକ ଓ ତରଭା ବ୍ଲକର କିଛି ପେକ୍ସ ପରିଦର୍ଶନ କରି ସେସବୁର ଭିତ୍ତିଭୂମି ଓ ସମସ୍ୟା ସବୁକୁ ଅନୁଧ୍ୟାନ କରି ଦେଖିଲେ ଯେ, ଖାରି ପେକ୍ସରେ ଭିତ୍ତିଭୂମିର ପୁରା ଅଭାବ। ମିନି ବ୍ୟାଙ୍କ ଅଚଳ। ଶିବତୁଲାରେ ଜଳ ସଙ୍କଟ। ଛଅ ଛଅ ମାସ ଧରି ଚାଷୀ ଧାନ ବିକ୍ରି ଟଙ୍କା ପାଉନଥିବା ଜଣାପଡିଛି। ଯାହାକି ନୂତନ ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଠାରେ ମଧ୍ୟ ଏ ବିଷୟ ରେ ସାମ୍ବାଦିକ ମାନେ ଆଲୋଚନା କରି ତାଙ୍କର ହସ୍ତକ୍ଷେପ ଲୋଡିଥିବା ଜଣାଯାଇଛି। ପୁଆରେ ରାସ୍ତାରେ ପଡିଛି ହଜାର ହଜାର ବସ୍ତା ଧାନ। ଦେଉଳପଦର, ମେଣ୍ଡାରେ ଧାନ ପଡିଛି ଗଦାଗଦା ମଣ୍ଡି ପୁରା ଅଚଳ ଦିନ ଦିନ ଧରି ତାଲା ଝୁଲୁଛି। ମରାଡୁଗୁଚ୍ଛା ପେକ୍ସରେ ଫୁଲ ମନମାନି ଚାଲିଛି। ସେଠାରେ ଚାଷୀଙ୍କ ଅଭିଯୋଗକୁ ସିଧାସଳଖ ସଭାପତି କଣ୍ଠରୋଧ କରୁଥିବା ଦୃଷ୍ଟିଗୋଚର ହୋଇଛି। ସମ୍ପାଦକ ନବୀନ ଦାଶଙ୍କ ଫୋନ ସବୁବେଳେ ସ୍ବିଚ ଅଫ। ଜଣାଯାଏ ଯେ, ଏଇ ସମ୍ପାଦକ ମହାଶୟ ପୂର୍ବରୁ ଶିବତୁଲା ସମ୍ପାଦକ ଦାୟିତ୍ଵରେ ଥିବା ବେଳେ ତାଙ୍କ ତଳିଆ ୨ ଜଣ କର୍ମଚାରୀ ଦୁର୍ନୀତିରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ ହେଲେ କୌଶଳ କ୍ରମେ ସେ ଖସି ଯାଇଥିବା ଏବଂ ସେ ଦୁର୍ନୀତିର ମାଷ୍ଟର ମାଇଣ୍ଡ ବୋଲି ଜଣାପଡିଛି। ଏଣୁ ଏ ସବୁ କଥାକୁ ବ୍ୟକ୍ତିଗତ ସ୍ତରରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଏପରି ଅଚଳାବସ୍ଥା ଦୁର କରିବାକୁ ଜିଲ୍ଲାର ସଚେତନ ବର୍ଗ ଓ ଚାଷୀ ନେତା ଦାବି କରିଛନ୍ତି।