-
ରିଫାଇନ୍ଡ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ୫% କମିଲା
ନୂଆଦିଲ୍ଲୀ, ଜଦେଶର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଖାଇବା ତେଲ ଯୋଗାଇ ଦେବାକୁ ସରକାର ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି । ଏହି ମର୍ମରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି (ନଂ.୩୯/୨୦୨୩) ୨୦୨୩ ଜୁନ ୧୪ତାରିଖରେ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ ରିଫାଇନ୍ ହୋଇଥିବା ସୋୟାବିନ୍ ତେଲ (ଏଚ୍ଏସ୍ କୋଡ-୧୫୦୭୯୦୧୦) ଓ ରିଫାଇନ ହୋଇଥିବା ସୂର୍ଯ୍ୟମୁଖୀ ତେଲ (ଏଚ୍ଏସ୍ କୋଡ ୧୫୧୨୧୯୧୦)ଉପରୁ ମୌଳିକ ଆମଦାନୀ ଶୁଳ୍କକୁ ୧୭.୫% ଶତାଂଶରୁ ୧୨. ୫ ଶତାଂଶକୁ ହ୍ରାସ କରାଯାଇଛି । ଏହି ଆଦେଶ ତତ୍କାଳ ଅର୍ଥାତ୍ ଆଜିଠାରୁ ଲାଗୁ ନ ହୋଇଛି । ୨୦୨୪ ମାର୍ଚ୍ଚ ୩୧ ଯାଏ ଏହା ବଳବତ୍ତର ରହିବ ।