ଭୁବନେଶ୍ୱର- ଆଜି ସନ୍ଧ୍ୟାରେ ସ୍ଥାନୀୟ ଜନତା ମଇଦାନଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଆନୁÂାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଚତୁର୍ଦ୍ଧଶ ତୋଷାଳି ଜାତୀୟ ହସ୍ତଶିଳ୍ପ ଳୋ-୨୦୧୯କୁ ଉଦଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀମତୀ ଦିଆନ୍ ଥିମ୍ ପାଭିଲିୟନ୍ ଉଦଘାଟନ କରିବା ପରେ ମେଳାରେ ପ୍ରଦର୍ଶିତ ଷ୍ଟଲଗୁଡ଼ିକୁ ବୁଳି ଦେଖିବା ସହ କାରିଗର ଓ ଶିଳ୍ପୀମାନଙକ ସହିତ ଭାବବିନିମୟ କରିଥିଲେ ।
ଚଳିତ ବର୍ଷ ଏହି ମେଳାରେ ଉଭୟ ହସ୍ତଶିଳ୍ପ ଓ ହସ୍ତତନ୍ତ ନିର୍ମିତ ୩୮୦ ଗୋଟି ପ୍ରଦର୍ଶନ କକ୍ଷ ନିର୍ମାଣ କରାଯାଇଛି । ସେଥି ମଧ୍ୟରୁ ବିଭିନ୍ନ ପ୍ରଦେଶର ୫୦ ଜଣ ବୁଣାକାର ବିକାଶ ଆୟୁକ୍ତ (ହସ୍ତତନ୍ତ) ଭାରତ ସରକାରଙ୍କ ଦ୍ୱାରା ପ୍ରୟୋଜିତ ହୋଇଥିବା ସହିତ ରାଜ୍ୟ ପ୍ରାୟ ୧୫୦ ଜଣ ହସ୍ତଶିଳ୍ପ କାରିଗର ଓ ୮୦ ଜଣ ବୁଣାକାର ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି । ସେହିପରି ରାଜ୍ୟରେ ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ କାର୍ଯ୍ୟରତ ୧୨ଟି ଅନୁÂାନକୁ ସେମାନଙ୍କର କାର୍ଯ୍ୟାବଳୀର ପ୍ରଦର୍ଶନ କରିବାର ସୁଯୋଗ ଦିଆଯାଇଛି ।
ପ୍ରତିବର୍ଷ ପରି ୨୦୧୮ ବର୍ଷ ପାଇଁ ଗୋଟିଏ ଜୀବନବ୍ୟାପୀ ସଫଳ ପୁରସ୍କାର ଓ ୧ ଲକ୍ଷ ଟଙ୍କାର ଅର୍ଥରାଶି ହସ୍ତଶିଳ୍ପୀ ବନମାଳୀ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ସେହିପରି ୩ଟି ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଓ ୮ ଜଣ ହସ୍ତଶିଳ୍ପୀଙ୍କୁ ସ୍ୱତନ୍ତ୍ର ସ୍ୱୀକୃତି ଭାବେ କଳାକୃତି ସମ୍ମାନ ପ୍ରଦାନ କରାଯାଇଛି ।
ଚଳିତ ବର୍ଷର ଥିମ୍ ପାଭିଲିୟନ କଳିଙ୍ଗ ତନ୍ତକୃତି ରଖାଯାଇଛି । ଏକ ସ୍ୱତନ୍ତ୍ର ଷ୍ଟଲରେ ରାଜ୍ରର ଉକ୍ରୃଷ୍ଟ ହସ୍ତତନ୍ତର ପ୍ରଦର୍ଶନ କରାଯାଇଛି ।
ଆଜିର ଉଦଘାଟନୀ ଉତ୍ସବରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୧୮ ପ୍ରଦାନ କରାଯାଇଛି । ଯେଉଁମାନେ ଏହି ପୁରସ୍କାର ପାଇଛନ୍ତି ସେମାନେ ହେଲେ ଶ୍ରୀ ବ୍ରହ୍ମାାନ୍ତ ମହାରଣା, ଶ୍ରୀ ଦେବେନ୍ଦ୍ର ବେହେରା, ଶ୍ରୀମତୀ ସୁମନ ମେହେର, କଳାକୃତି ସମ୍ମାନ ସୁଶ୍ରୀ କୁନି ପାତ୍ର, ସନ୍ତୋଷ ସେନାପତି, ଉଦୟ ମହାନ୍ତି, ଚତୁର୍ଭୁଜ ପରିଡ଼ା, ଶ୍ରୀମତୀ ଦୀପ୍ତିରାଣୀ ବେହେରା, କହ୍ନେଇ ଗନଡ଼ିଆ, ଅମୀୟ ପୋଦାର, ରାକେଶ ମହାରଣାଙ୍କୁ ପ୍ରଦାନ କରାଯାଇଛି ।
୨୦୧୭-୧୮ ମସିହା ପାଇଁ ରାଜ୍ୟ ହସ୍ତତନ୍ତ ପୁରସ୍କାର (ବୟନ) ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଯଥାକ୍ରମେ ମୁକୁନ୍ଦ ବେହେର, ଶ୍ରୀମତୀ ନଳିନୀ ମେହେର, ଅର୍ଜୁନ ମେହେରଙ୍କୁ ପ୍ରଦାନ କରାଯାଇଛି । ସେହିପରି ରାଜ୍ୟ ହସ୍ତତନ୍ତ ପୁରସ୍କାର (କନ୍ଧକଳା) କ୍ଷେତ୍ରରେ ପ୍ରଥମ ପୁରସ୍କାର ଯୋଗେନ୍ଦ୍ର ମେହେର, ଦ୍ୱିତୀୟ ପୁରସ୍କାର ପ୍ରହ୍ଲାଦ ମେହେର, ତୃତୀୟ ପୁରସ୍କାର ଶ୍ରୀମତୀ ଗିନା ମେହେରଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ହସ୍ତତନ୍ତ ପୁରସ୍କାର (ଡିଜାଇନ୍) ପ୍ରଥମ ପୁରସ୍କାର ବେଣୁଧର ଦାସ, ଦ୍ୱିତୀୟ ପୁରସ୍କାର ସଂଜୀବ ମେହେର, ତୃତୀୟ ସୁରକାର ଭାରତ ମେହେରଙ୍କୁ ମିଳିଛି ।
୨୦୧୮-୧୯ ବର୍ଷ ପାଇଁ ବୟନ କ୍ଷେତ୍ରରେ ପ୍ରଥମ ପୁରସ୍କାର ବିଶ୍ୱଜିତ୍ ମେହେର, ଦ୍ୱିତୀୟ ପୁରସ୍କାର ଚତୁର୍ଭୁଜ ଦାସ, ତୃତୀୟ ପୁରସ୍କାର ହରିଶ୍ଚନ୍ଦ୍ର ପାତ୍ର ପାଇଛନ୍ତି । ସେହିପରି ବାନ୍ଧକଳା ବିଭାଗରେ ପ୍ରଥମ ପୁରସ୍କାର ଲିଙ୍ଗରାଜ ମେହେର, ଦ୍ୱିତୀୟ ପୁରସ୍କାର ଭାରତୀ ମେହେର, ତୃତୀୟ ପୁରସ୍କାର କିଶୋର ମେହେର, ଡିଜାଇନ୍ ବିଭାଗରେ ପ୍ରଥମ ପୁରସ୍କାର ଖଗେଶ୍ୱର ମେହେର, ଦ୍ୱିତୀୟ ପୁରସ୍କାର କୁଶମଣି ଚାନ୍ଦ, ତୃତୀୟ ପୁରସ୍କାର ଚିତ୍ରାବତୀ ମେହେରଙ୍କୁ ମିଳିଛି ।
ଆଜିର ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ସହିତ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିତେନ୍ ଚନ୍ଦ୍ର କୃତୀ ଶିଳ୍ପୀ ମାନଙ୍କୁ ମଂଚରେ ପୁରସ୍କାର ପ୍ରଦାନ କରିଥିଲେ । ଦୃଷ୍ଟିବାଧିତମାନଙ୍କ ନିମନ୍ତେ ବ୍ରେଲି ଭାଷାରେ ଲିଖିତ ତୋଷାଳୀ ମେଳାର ଲିଫଲେଟକୁ ଲୋକାର୍ପିତ କରିଥିଲେ । ଶିଳ୍ପୀମାନେ ପୁରସ୍କାର ଗ୍ରହଣ କରିବା ସମୟରେ ସେମାନଙ୍କର କଳାକୃତି, କଳା ପ୍ରସ୍ତୁତି ଆଦିକୁ ଭିଡ଼ିଓ ଜରିଆରେ ପ୍ରଦର୍ଶିତ କରାଯାଇଥିଲା ।
ଆଜି ସନ୍ଧ୍ୟାରେ ବିଶିଷ୍ଟ ନୃତ୍ୟଶିଳ୍ପୀ ଏଲିଆନା ସୀତାରିଷ୍ଟ ଏବଂ ତାଙ୍କ ସାଥିମାନଙ୍କ ଦ୍ୱାରା ଚିତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ ।
ଏହି ମେଳା ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ୧୧ଟାରୁ ରାତି ୯.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ।