
ମାଲକାନଗିରି, ମାଥିଲି ବ୍ଲକର ମାଥିଲି ଗ୍ରାମପଞ୍ଚାୟତ ପରିସରରେ ଏକ ନିଆରା ଢଙ୍ଗରେ ରଜ ପାଳନ ହେଉଛି। ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଭତ୍ତା ଟଙ୍କା ବଣ୍ଟନ କରାଯାଉଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୃଦ୍ଧବୃଦ୍ଧାମାନେ ଆସିଥିଲେ। ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ନେବା ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହରଣା ସେମାନଙ୍କୁ ପୋଡପିଠା ଓ ପାନ ଖୁଆଇଛନ୍ତି। ଏଥିସହ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ଦୋଳିରେ ବସାଇ ରଜ ଉତ୍ସବକୁ ପାଳନ କରିଛନ୍ତି। ଭତ୍ତା ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ବେଶ୍ ଖୁସିରେ ରଜ ପର୍ବକୁ ପାଳନ କରିଛନ୍ତି। ଏଥିରେ ସରପଞ୍ଚ କାନାମରାଜୁ ନାୟକ ଓ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଓ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।