ଗଂଜାମ, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଚର୍ମ ବିଭାଗର ପ୍ରଥମ ବାର୍ଷିକ ଛାତ୍ରୀ ଶୁଭାନୀ ପଟ୍ଟନାୟକ ଆଜି ସକାଳେ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଂଗେସଂଗେ ବଡଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଛି। ମୃତକ ଜଣକ ମାଇଗ୍ରେନ ରୋଗୀ ଥିଲେ ଓ ସେ ଅଧିକ ମାତ୍ରାରେ ଔଷଧ ବ୍ଯବହାର କରିଥିବାରୁ ସେ ଗୁରୁତର ହୋଇପଡିଥିବା କୁହାଯାଉଛି। ହସପିଟାଲ ଫାଣ୍ଡି ଅଧିକାରୀ ଶବ ଜବତ କରି ବ୍ଯବଛେଦ ପାଇଁ ପଠାଇଛନ୍ତି। ବ୍ଯବଛେଦ ରିପୋର୍ଟ ଆସିଲେ ମୃତ୍ଯୁର କାରଣ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି। ଫାଣ୍ଡିରେ ଏ ସଂକ୍ରାନ୍ତରେ ଏକ ଅପମୃତ୍ଯୁ ମାମଲା ରୁଜୁ ହୋଇ ଘଟଣା ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି।
Related Stories
November 22, 2024