
ପୁରୀ, ଉପ-ଜିଲ୍ଲାପାଳ ଙ୍କ କାର୍ୟ ।ଲୟ ରେ ଉପ-ଜିଲ୍ଲାପାଳ ଙ୍କ ପୌରହିତ୍ୟ ରେ ପୁରୀ ପୌରାଂଚଳର ପାଇକାରି ଖୁଚୁରା ବେପାରୀ, ଏଲପିଜି ଗ୍ୟାସ ବିତରକ ପେଟ୍ରୋଲ ଓ ଡିଜେଲ ବିତରକମାନଙ୍କ ସହ ଆସନ୍ତା ରଥ ଯାତ୍ରା ୨୦୨୩ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକ ରେ ପୁରୀ ପୌରାଂଚଳର ସିଟି ଡିଏସପି କେ କେ ହରିହରନ, ଅତିରିକ୍ତ ଯୋଗାଣ ଅଧିକାରୀ, ପୁରୀ ସଦର, ସରକାରୀ ଯୋଗାଣ ଅଧିକାରୀ ପୁରୀ ପୌରାଂଚଳ, ବଜାର ନିତାନ୍ତଣ ଅଧିକାରୀ, ପୁରୀ ଓ ପୁରୀ ଜିଲ୍ଲାର ସମସ୍ତ ଯୋଗାଣ ନିରୀକ୍ଷକ ଉପସ୍ଥିତ ଥିଲେ । ଉକ୍ତ ବୈଠକ ରେ ଚଳିତ ରଥ ଯାତ୍ରା ରେ କିପରି ଭାବେ ଖାଦ୍ୟ ସମାଗ୍ରୀ ର ଉଚିତ୍ ପରିଚାଳନା ଓ ଏଲପିଜି ଘରୋଇ ଗ୍ୟାସର ସୂଚାରୁ ରୂପେ ବଂଟନ ଓ ପେଟ୍ରୋଲ ଓ ଡିଜେଲର ପ୍ରଚୁର ଭାବେ ପୁରୀ ପୌରାଂଚଳରେ ଉପଲବ୍ଧ ହୋଇଥାଏ ସେହି ଉପରେ ଏକ ବିସ୍ତୃତ ଆଲୋଚନା ହୋଇଥିଲା ।