ଜୟପୁର, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରର ଶିକ୍ଷକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏକ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳସଚିବ ଡଃ. ଗୋପାଳ ହାଲଦାରଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ \’କୃତ୍ରିମ ବୁଦ୍ଧିମତା ଓ ଶିକ୍ଷା \’ ବିଷୟବସ୍ତୁ ଉପରେ ଏକ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ. ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଭାସୀ ଆଲୋଚନାଚକ୍ରରେ ସହକାରୀ ପ୍ରଫେସର ଲୋକେଶ ପଧାନ ମୁଖ୍ୟବକ୍ତା ଭାବେ କୃତ୍ରିମ ବୁଦ୍ଧିମତାର ସଂଜ୍ଞା, ସ୍ୱରୂପ ଓ ପରିସର ସମ୍ବନ୍ଧରେ ବ୍ୟାପକ ଆଲୋଚନା କରିବା ସହ ଶିକ୍ଷା କ୍ଷେତ୍ରରେ ଏହାକୁ କିପରି ବହୁଳ ଭାବରେ ଉପଯୋଗ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଲୋଚନାଚକ୍ରରେ ସହଭାଗି ଥିବା ସହକାରୀ ପ୍ରଫେସର ଡଃ. ଶିଳ୍ପୀ ଢାଲୀଙ୍କ ସମେତ ଅଧ୍ୟାପକ ଡଃ. ନିଳାଚଂଳ ପ୍ରଧାନ, ଡଃ. ବଳଭଦ୍ର ଜେନା ଓ ଗୁରୁ ଛାତ୍ର ଛାତ୍ରୀ ମାନେ ନିଜ ନିଜ ପ୍ରଶ୍ନ ଉପସ୍ଥାପନ କରିଥିଲେ ଏବଂ ମୁଖ୍ୟବକ୍ତା ଓ ବିଭାଗୀୟ ମୁଖ୍ୟ ପ୍ରଶ୍ନଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ଶେଷରେ କୃତ୍ରିମ ବୁଦ୍ଧିମତା ଉପଯୋଗ କରି ପାଠ୍ୟଯୋଜନା ପ୍ରସ୍ତୁତ ଓ ପାଠ୍ୟଦାନ ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କରାଯିବା ପାଇଁ ଆଗାମୀ ଶିକ୍ଷା ବର୍ଷରେ ପ୍ରୟାସ କରିବାକୁ ନିଷ୍ପତି ନିଆଯାଇଥିଲା । ପରିଶେଷରେ ଗୁରୁ ଛାତ୍ର ମାନସ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।