-
ପେନ୍ସନ୍ ଭୋଗୀଙ୍କ ଟିଆଇରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି
-
୭.୫ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନ୍ ଭୋଗୀ ଉପକୃତ ହେବେ
ଭୁବନେଶ୍ୱର, ରାଜ୍ୟ ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଇଛନ୍ତି ସରକାର । ରକାରୀ କର୍ମଚାରୀଙ୍କ ୪% ମହଙ୍ଗା ଭତା ବୃଦ୍ଧି କରାଯାଇଛି । ଫଳରେ ମହଙ୍ଗା ଭତା ୩୮%ରୁ ୪୨%କୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଭତା ୨୦୨୩ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ଏବଂ ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ । ସେହିପରି ପେନ୍ସନ୍ଭୋଗୀଙ୍କ ଟିଆଇରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ଘୋଷଣା ଦ୍ୱାରା ରାଜ୍ୟର ୭.୫ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ଉପକୃତ ହେବେ ।
ମଙ୍ଗଳବାର ଦିନ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତାରେ ୪ ପ୍ରତିଶତ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଜାନୁଆରୀ ପହିଲା ୨୦୨୩ରୁ ପିଛିଲା ଭାବେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତା ଚଳିତ ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହା ସହିତ ପେନସନ୍ଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଜୁନ୍ ମାସ ପେନସନ୍ ରେ ଏହି ବର୍ଦ୍ଧିତ ଟିଆଇ ପାଇବେ ।