
ଭୁବନେଶ୍ଵର, ଆଜି ଦିନ ୧୧ଟା ୩୦ ସୁଦ୍ଧା ୧୦ଟି ସହରର ତାପମାତ୍ରା ୨୯ ଡ଼ିଗ୍ରୀ ଉପରେ ରହିଛି । ଝାରସୁଗୁଡାରେ ସର୍ବାଧିକ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ସେହିପରି ହୀରାକୁଦରେ ୪୦.୨ ଡ଼ିଗ୍ରୀ, ସମ୍ବଲପୁରରେ ୩୯.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୬ ଡ଼ିଗ୍ରୀ, ବାଲେଶ୍ଵରରେ ୩୬.୪ ଡ଼ିଗ୍ରୀ, ଭୁବନେଶ୍ଵରରେ ୩୩.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୨.୬ ଡ଼ିଗ୍ରୀ, ପାରାଦୀପରେ ୩୨ ଡ଼ିଗ୍ରୀ, ପୁରୀରେ ୩୦.୬ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୨୯.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।