ଭୁବନେଶ୍ୱର, ରାଜ୍ୟରେ ଭୟଙ୍କର ବିଦ୍ୟୁତ କାଟ ହେଉଥିବା ବେଳେ ଶକ୍ତି ମନ୍ତ୍ରୀ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାନ୍ତି । ଜନ ସାଧାରଣ ଏହି ଅଘୋଷିତ ବିଦ୍ୟୁତ କାଟ କାରଣରୁ ହନ୍ତସନ୍ତ ହେଉଛନ୍ତି । ଏହାର ପ୍ରତିବାରେ ଆଦି ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ହାତରେ ବିଞ୍ଚଣା ଓ ଲଣ୍ଠନ ଧରି ବିକ୍ଷୋଭ କରିଛି ଛାତ୍ର କଂଗ୍ରେସ ।
ଆନ୍ଦୋଳନ କରୁଥିବା ଛାତ୍ର କଂଗ୍ରେସ କର୍ମୀଙ୍କର କହିବା କଥା ଯେ ଭୟଙ୍କର ଗରମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବା ବେଳେ ଅଘୋଷିତ ବିଜୁଳି କାଟ ଲୋକଙ୍କ କଷ୍ଟକୁ ବହୁଗୁଣିତ କରିଛି । ମନ ଇଛା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରୁଛନ୍ତି ବିତରଣ କମ୍ପାନି। ଅଘୋଷିତ ବିଦ୍ୟୁତ କାଟକୁ ନେଇ ଲୋକ ହନ୍ତସନ୍ତ ହେଉଥିବା ବେଳେ, ଏକଥାକୁ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କିନ୍ତୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ଯାହାର ପ୍ରତିବାଦ କରି ଏହି ବିକ୍ଷୋଭ କରାଯାଉଛି।