ନୂଆଦିଲ୍ଲୀ, ମହିଳା ହକି ଜୁନିଅର ଏସିଆ କପ୍- ୨୦୨୩ ଜିତିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ମହିଳା ହକି ଜୁନିଅର ଏସିଆ କପ୍ -୨୦୨୩ ଜିତିଥିବା ଆମର ଯୁବ ଚାମ୍ପିଅନ୍ ମାନଙ୍କୁ ଅଭିନନ୍ଦନ! ଦଳ ଅପାର ଉଦ୍ୟମ, ପ୍ରତିଭା ଏବଂ ଦଳଗତ ପ୍ରଦର୍ଶନ କରିଛି। ସେମାନେ ଆମ ଦେଶକୁ ବହୁତ ଗର୍ବିତ କରିଛନ୍ତି। ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭକାମନା।”