ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ଦୃଢ଼ ସଂକଳ୍ପକୁ ଉଜାଗର କରୁଥିବା ବିଭିନ୍ନ ସରକାରୀ ଯୋଜନା ବାବଦରେ ଆଲେଖ୍ୟ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନାକୁ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଏକ ଏପରି ଦେଶର ସେବା କରିବାରେ ଗର୍ବ ହୋଇଥାଏ ଯେ କି ଦୃଢ଼ ସଂକଳ୍ପର ସହ ଆଗକୁ ବଢ଼େ । ବହୁପକ୍ଷୀୟ ମଞ୍ଚଠାରୁ ଆରମ୍ଭ କରି ଆତ୍ମ ନିର୍ଭର ଭାରତରୁ ‘ମେକ୍ ଇନ୍ ଇଣ୍ଡିଆ’ ପର୍ଯ୍ୟନ୍ତ ସବୁ ପଦକ୍ଷେପରେ ଆମ ଲୋକଙ୍କ ଶକ୍ତି ଏବଂ ଉତ୍ସାହର ପ୍ରମାଣ ରହିଛି’ ।