ଭଦ୍ରକ – ଅଦାଲତ ଅବମାନନା ଅଭିେଯାଗରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତିହିଡି ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓଙ୍କୁ ନିଆରା ଦଣ୍ଡ ପ୍ରଦାନ କରିଛନ୍ତି। ବିଡିଓ ଭାବେ ନିଜର ସରକାରୀ କାର୍ଯ୍ୟ ନିୟମିତ କରିବା ସହ ଭଦ୍ରକ ଜିଲାରେ ନିଜ ପସନ୍ଦର ଗୋଟିଏ ଉଦ୍ୟାନ ସଫେଇର ତଦାରଖ କରିବାକୁ କୋର୍ଟ ନିଦ୍ର୍ଧେଶ ଦେଇଛନ୍ତି। ଆସନ୍ତା ୨୩ ରେ ପରବର୍ୀ ଶୁଣାଣୀ ପର୍ଯ୍ୟନ୍ତ ଏହି କାର୍ଯ୍ୟ କରିବାକୁ ଉଲ୍ଲେଖ ରହିଛି। ଏହି ଆଦେଶ ସଂପ୍ରତି ଚଚ୍ର୍ଚାର ବିଷୟ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେଏସ୍ ଜାଭେରୀ ଏବଂ ବିଚାରପତି ଜଷ୍ଟିସ କେଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦ୍ର୍ଧେଶ ଦେଇଛନ୍ତି। କୋର୍ଟ ନିଦ୍ର୍ଧେଶକୁ ଅବମାନନା କରିବା ଓ ପରେ ନିସର୍ କ୍ଷମା ପ୍ରାର୍ଥନା କରିବା ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କର ଏକ ନିୟମିତ ଘଟଣାରେ ପରିଣତ ହୋଇଯାଇଛି। ଏପରିକି ଗୋଟିଏ ମାସର ଦରମା ନିଜ ପସନ୍ଦର କୌଣସି ସରକାରୀ ଟ୍ରଷ୍ଟକୁ ଦାନ କରିବା ନିଦ୍ର୍ଧେଶ ଫଳପ୍ରଦ ହୋଇପାରିନାହó। ଏହାକୁ ଦୃଷ୍ଟିରେ ରଖô ତିହିଡି ବିଡିଓଙ୍କୁ ଏହିପରି ନିଦ୍ର୍ଧେଶ ଦିଆଯାଇଥିବା ଖଣ୍ଡପୀଠରେ ଉଲ୍ଲେଖ କରିଛନ୍ତି। ସୂଚନାେଯାଗ୍ୟ ତିହିଡି ବ୍ଲକ୍ର ଫତେପୁର ପଂଚାୟତର ୧୧ ନଂ ଓ୍ବାର୍ଡରେ ଏକ କମୁ୍ୟନିଟି ଗୃହ ନିର୍ମାଣ କରାଯିବାକୁ ୨ ଲକ୍ଷ ୫୦ ଅନୁଦାନ ଆସିଥିଲା। ତେବେ ଏହାକୁ ସେଠାରେ କରାନଯାଇ ନିକଟସ୍ଥ ନିଶ୍ଚନ୍ତପୁର ମୌଜାର ୫ ଓ ୬ ନଂ ଓ୍ବାର୍ଡରେ ମଝିରେ ଏହା ନିର୍ମାଣ କରାଯାଉଥିବା ଗ୍ରାମବାସୀଙ୍କ ପକ୍ଷରୁ ବିଡିଓଙ୍କ ନିକଟରେ ଅଭିେଯାଗ କରାଯାଇଥିଲା। କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଏଥିରେ ହାଇକୋର୍ଟ ତିହିଡି ବିଡିଓଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଥିଲେ। ତିହିଡି ବିଡିଓ ଜବାବ ମଧ୍ଯ ଦାଖଲ କରିଥିଲେ। ପରେ ହାଇକୋର୍ଟ ଏହି ଘଟଣା ସଂକ୍ରାନ୍ତ ଆଉ କିଛି ତଥ୍ୟ ବିଡିଓଙ୍କ ଠାରୁ ଲୋଡିଥିଲେ। ଏହି ତଥ୍ୟ ନମିଳିବାରୁ ହାଇକୋର୍ଟ ବିଡିଓଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ସହ ବ୍ୟକ୍ତିଗତ ହାଜର ହୋଇ ଜବାବ ରଖôବାକୁ ନିଦ୍ର୍ଧେଶ ଦେଇଥିଲେ। ଏଥିରେ ବିଡିଓ ନିଃସର୍ କ୍ଷମା ପ୍ରାର୍ଥନା କରିଥିଲେ ବି ଅଦାଲତ ଏଥିରେ ସନ୍ତୁଷ୍ଟ ହୋଇପାରିନଥିଲେ। ଏ ସଂପର୍କରେ ପ୍ରତିକ୍ରିୟା ନେବା ପାଇଁ ବିଡିଓଙ୍କ ସହ େଯାଗାେଯାଗ କରାଯାଇଥିଲା। ସଠିକ୍ ସମୟରେ ସୂଚନା ପାଇପାରି ନଥିବାରୁ ସେ ହାଜର ହୋଇପାରିନଥିଲେ। ତେବେ ହାଇକୋର୍ଟ ନିଦ୍ର୍ଧେଶ ଅନୁଯାୟୀ ସେ ଭଦ୍ରକ କାଳୀମନ୍ଦିର ନିକଟରେ ଥିବା ପାର୍କରେ ୧୩ ତାିରଖ ଦିନ ବଗିଚା କାର୍ଯ୍ୟ ତଦାରଖ ସହ ସେ ନିଜେ କାର୍ଯ୍ୟ ମଧ୍ଯ କରିଛନ୍ତି। କାର୍ଯ୍ୟର ଫଟୋ ମଧ୍ଯ ସେ ନେଇଛନ୍ତି ଓ ଏହାକୁ ଦାଖଲ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି।
Related Stories
November 23, 2024