
ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ଯୁକ୍ତ୨ ବର୍ଷ ବାଣିଜ୍ୟ ଛାତ୍ର ମନୋଜ ହେମରମ୍ ଗତ ୧ ତାରିଖ ଦିନ ଏକ ଅଘଟଣ ଘଟି ମୃତ୍ୟୁବରଣ କରିଥିଲେ । ଆଜି ତାଙ୍କ ଦ୍ଵାଦଶ ଦିବସରେ ମାଲକାନଗିରି ମହାବିଦ୍ୟାଳୟ ପ୍ରକୋଷ୍ଠରେ ଦ୍ଵାଦଶ ଦିବସ ସହିତ ଶୋକସଭା ଆୟୋଜନ କରାଯାଇଛି। ଏହି ସଭା ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ଡ. ଉଦୟନାଥ ଖରା ମାଲକାନଗିରି ମାଲକାନଗିରି ମହାବିଦ୍ୟାଳୟ କମିଟି ସଭାପତି ଯୋଗଦାନ କରି ସ୍ଵର୍ଗୀୟ ମନୋଜ ହେମ୍ରମଙ୍କ ଫଟୋରେ ପୁଷ୍ପ ମାଳ ସହିତ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ଡଃ. ରଞ୍ଜନ କୁମାର ସ୍ବାଇଁ ପ୍ରତ୍ୟକ୍ଷ ପରିଚାଳନା କରିଥିବା ବେଳେ ବି. ଗୁପ୍ତେଶ୍ଵର ରାଓ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମେୟ ମହାନ୍ତି, ଜଗନ୍ନାଥ ସାହୁ, ଚନ୍ଦ୍ରଶେଖର ଖିଲ, ବୃନ୍ଦାବନ ଚିଟିକୀ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନୋଜ ହେମ୍ରମ ଜଣେ ଶୃଙ୍ଖଳିତ ଛାତ୍ର, ମେଧାବୀ ସରଳ ଜୀବନ ଯାପନ କରୁଥିବା ଅମାୟିକ ଛାତ୍ର ଥିଲେ। ଏହି ଅବସରରେ ତାଙ୍କ ଘରକୁ ଯାଇ ତାଙ୍କ ମାଆ ଜବା ହେମ୍ରମ, ବାପା ଅନିଲ ହେମ୍ରମ, ଭାଇ ପିନ୍ଟୁ ହେମ୍ରମ, ଭଉଣୀ ଗୀତା ସରେନ୍, ସବିନା ସରେନ୍ ସହ ମିଶି ବିଭାଗୀୟ ମୁଖ୍ୟ ଡଃ. ସ୍ବାଇଁ ସମେତ ୫୦ ରୁ ଉର୍ଦ୍ଧ୍ବ ଯୁକ୍ତ୨ ବାଣିଜ୍ୟ ଛାତ୍ର ଛାତ୍ରୀ ତାଙ୍କ ପରିବାରକୁ ସାହସ ଓ ସଦ୍ ବୁଦ୍ଧି ପ୍ରଦାନ କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ମାଲକାନଗିରି ମହାବିଦ୍ୟାଳୟରେ ମନୋଜ ହେମ୍ରମଙ୍କ ଭଳି ଜଣେ ଉତ୍ତମ ଛାତ୍ରଙ୍କୁ ହରାଇଥିବାରୁ ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।