
ବଲାଙ୍ଗିର, ବଲାଙ୍ଗିର ସଦର୍ ବ୍ଲକ ଅନ୍ତର୍ଗତ ଖାଲିଆପାଲି ପଞ୍ଚାୟତରେ ବର୍ତମାନ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ପ୍ରାୟ ୧୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ପାଖ ଗାଁ ଗୁଡ଼ିକରେ ଓଭର୍ ହେଡ୍ ଟେଙ୍କ ର ସୁବିଧା ଥିବା ବେଳେ ଖାଲିଆପାଲି ପଞ୍ଚାୟତର ଲୋକେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଖାଲିଆପାଲି ପଞ୍ଚାୟତରେ ଗୋଟିଏ ବୋରୱେଲ ଥିବା ବେଳେ ଏହି ପାଣି ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇ ପାରୁନି। ଖାଲିଆପାଲି ପଞ୍ଚାୟତବାସୀ ଏ ସଂକ୍ରାନ୍ତରେ ବ୍ଲକ ବିଡିଓଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ହାରିଗୁହାରି କରି ସାରିଲେଣି କିନ୍ତୁ, ଫଳ କିଛି ହୋଇନି। ଆାଗାମୀ ଦିନରେ ଖାଲିଆପାଲି ପଞ୍ଚାୟତବାସୀଙ୍କ ଜଳ ସମସ୍ୟା ଦୂର ନହେଲେ ଗାଁ ”ଲୋକେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।