ଭୁବନେଶ୍ୱର, ଯୁକ୍ତ ୩ରେ ନାମଲେଖା ପାଇଁ ଆସନ୍ତା ୧୯ ତାରିଖରୁ ଛାତ୍ରଛାତ୍ରୀମାନେ ଅନଲାଇନ୍ ରେ ଆବେଦନ କରିପାରିବେ । ଏଥିନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି ।ସାମସ୍ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଷଗ୍ଧଗ୍ଧକ୍ଟ୍ର://ଗ୍ଦବଜ୍ଞଗ୍ଦକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ରେ ଲଗଇନ୍ କରି ସେମାନେ ଅନଲାଇନ୍ ଆବେଦନ କରିପାରିବେ ।
ବିଜ୍ଞପ୍ତି ଅନୁଯାୟୀ ଜୁନ୍ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଯୁକ୍ତ ୩ ଆଡମିଶନ ପାଇଁ ଆବେଦନ କରିହେବ । ଜୁଲାଇ ୧୪ରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଂଟ ପ୍ରକାଶ ପାଇବ । ଜୁଲାଇ ୧୪ରୁ ୧୮ ଯାଏଁ ସ୍ଲାଇଡ ସିଲେକ୍ସନ/ଫ୍ରିଜ୍/ଅପ୍ସନ ଫ୍ଲୋଟ୍ , ଜୁଲାଇ ୧୫ରୁ ୧୭- ଆଲଟ୍ ହୋଇଥିବା ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ ଛାତ୍ରଛାତ୍ରୀ । ସେହିପରି ଜୁଲାଇ ୨୭ରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଂଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ତୃତୀୟ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୩, ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ, ପଂଚମ ପର୍ଯ୍ୟାୟ ସେପ୍େଟମ୍ବର ୧ ଏବଂ ଷଷ୍ଠ ପର୍ଯ୍ୟାୟ ୧୩ ସେପ୍େଟମ୍ବରରେ ମେଧା ତାଲିକା ପ୍ରକାଶ କରାଯିବ ।