କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଅଲ୍ ଇଣ୍ଡିଆ ମାରୱାଡ଼ି ଯୁବା ମଞ୍ଚ ଶ୍ରୀ ଜଗନ୍ନାଥ ଶାଖା ପୁରୀ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଭବତାରଣ ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ଅଲ୍ ଇଣ୍ଡିଆ ମାରୱାଡ଼ି ଯୁବମଞ୍ଚ ଓ ଅନେକ ଯୁବକ ଯୁବତୀ ମାନଙ୍କ ମିଳିତ ସହଯୋଗରେ ୧୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।ପୁରୀ ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ସଭାପତି ରାହୁଲ ଅଗ୍ରୱାଲ,ସାଧାରଣ ସମ୍ପାଦକ ସୁମିତ କୁମାର ଚନ୍ଦୁକା,ସହ ସମ୍ପାଦକ ଆୟୁଷ ପଟୱାରି,କୋଷାଧ୍ୟକ୍ଷ ସ୍ଵାଗତ ଚନ୍ଦୁକା ,ସଂଯୋଜକ ଗୌରବ ପାସୋରିଆ,ସହ ସଂଯୋଜକ ଆଶିଷ ଚନ୍ଦୁକା ଙ୍କ ତତ୍ତ୍ଵାବଧାନରେ ଏବଂ ପୁରୀ ରେଡକ୍ରସ୍ ଅଧିକାରୀଙ୍କ ଦ୍ବାରା ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା ।ଶେଷରେ ଯୁବ ମଂଚର ସଭାପତି ରାହୁଲ ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Related Stories
November 24, 2024