ବଲାଙ୍ଗିର – ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ ମହାପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ ଜାରୀ ରଖିଛି । ତାଙ୍କ ପ୍ୟାଲେସ୍ ଲାଇନ୍ ନିକଟ ଦଶମତି ନଗର ସ୍ଥିତ ଘର, ମାଲପଡ଼ାସ୍ଥିତ ତାଙ୍କ ପୈତୃକ ବାସଭବନ, ବଲାଙ୍ଗିର ସ୍ଥିତ କାର୍ଯ୍ୟାଳୟ ଏବଂ ଭବାନୀପାଟଣା ସ୍ଥିତ ଝିଅ ଘର ଉପରେ ଏକକାଳୀନ ଚଢ଼ଉ କରାଯାଇଛି । ସଂନ୍ଧ୍ୟା ସୁଦ୍ଧା ଚଢ଼ଉ ଜାରୀ ରହିଥିବାରୁ ସବିଶେଷ ସମ୍ପତିର ମୂଲ୍ୟ ଆକଳନ କରାଯାଇନାହିଁ ।
Related Stories
November 22, 2024