ବଲାଙ୍ଗିର, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସରକାରର ସେବା, ସୁଶାସନ ଓ ଗରିବ କଲ୍ୟାଣରେ ସଫଳତାର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତକାଲି ବଲାଙ୍ଗିର ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଛତିଶଗଡ ବିଧାନସଭାର ପୂର୍ବତନ ବାଚସ୍ପତି ଧରମ ଲାଲ କୌଶିକ, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ, ପାଟଣାଗଡ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ, ଧିରେନ ସେନାପତି, ବଲାଙ୍ଗିର ଜିଲ୍ଲା ପ୍ରଭାରୀ ସୁରେଶ୍ଵର ଶତପଥୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଦୀନେଶ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।
ଧରମ ଲାଲ କହିଥିଲେ ଯେ, ମୋଦୀଙ୍କ ଭିଜନ ପରିବର୍ତ୍ତନ ଆଣିଛି। ଇତି ମଧ୍ୟରେ ଦେଶର ଅର୍ଥନୀତିରେ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆସିଛି। ଦେଶରେ ୭୦ ବର୍ଷରେ ଯେଉଁ କାମ ଅଧୁରା ରହିଥିଲା ତାହା ପୁରଣ ହୋଇ ଅନେକ ନୂତନ ପ୍ରକଳ୍ପରେ ଦେଶ ଅନ୍ୟ ଦେଶ ତୁଳନାରେ ଅନେକ ପ୍ରଗତି କରିଛି। ଆମେ ପ୍ରତିରକ୍ଷା କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିଚୁ। ଆମେ ନରେନ୍ଦ୍ର ଭାଇଙ୍କ ନେତୃତ୍ଵରେ ଦେଶ ବିଶ୍ଵକୁ ନେତୃତ୍ଵ ଦେବା ସ୍ଥିତିରେ ପହଞ୍ଚି ପାରିଛୁ। ସମସ୍ତଙ୍କ ପାଇଁ ଖାଦ୍ୟ ଯୋଗାଣ କରି ଆମେ ଲୋକଙ୍କ ଭିତରେ ବିଶ୍ଵାସ ସୃଷ୍ଟି କରି ଯୁବକ ମାନଙ୍କୁ ସଫଳ ଭାବରେ ଅନ୍ୟକୁ ନିଯୁକ୍ତି ଦେବା ସ୍ବାବଲମ୍ବୀ ହେବା ପାଇଁ ବିଶ୍ଵାସ ସୃଷ୍ଟି କରିପାରିଥିବା। ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ପ୍ରଯୁକ୍ତି ବିଦ୍ୟା, ରେଳ ଚଳାଚଳ କ୍ଷେତ୍ରରେ ଆଉ ଅନ୍ୟ ଦେଶ ଉପରେ ନିର୍ଭରଶିଳ ନ ହୋଇ ଆମେ ବିକାଶର ପଥରେ ଅଗ୍ରସର ହେଉଥିବା ସେ କହିଥିଲେ।