ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁର ବୃଦ୍ଧ ଡମ୍ବରୁଧର ଛତ୍ରିଆ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ, ଶନିବାର ଦିନ ସକାଳେ କ୍ଷେତକୁ ଯାଉଛି ବୋଲି କହି ସେ ଘରୁ ବାହାରିଥିଲେ । କ୍ଷେତରେ କୀଟନାଶକ ପିଇ ଗୁରୁତର ଅବସ୍ଥାରେ ପଡିଥିଲେ । ପରିବାର ଲୋକେ ଖବର ପାଇ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ । କେଉଁ କାରଣରୁ ସେ କୀଟନାଶକ ପିଇଲେ ତାହା ଜଣାପଡିନଥିଲା ବେଳେ ଲୋଇସିଂହା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Related Stories
November 22, 2024