ମାଲକାନଗିରି, ଜି-୨୦ ଭାରତର ଅଭିନବ ପ୍ରୟାସରେ ମାଲକାନଗିରି ସମଗ୍ର ଶିକ୍ଷା ତରଫରୁ ଆୟୋଜିତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ “ଜନଭାଗିଦାରୀ” ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଇକରାର ଅହମ୍ମଦ, ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ସଭାପତିତ୍ଵ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା, ସ୍ଵତନ୍ତ୍ର ଅତିଥି ଭାବେ ଶ୍ରୀମତି କବିତା ମାହୋତ, ଉପାଧ୍ୟକ୍ଷ ପୌରପରିଷଦ ମାଲକାନଗିରି, ମୁଖ୍ୟବକ୍ତା ଅଧ୍ୟାପିକା କାମିନୀ ଶର୍ମା, ସମ୍ମାନିତ ଅତିଥି ରତ୍ନାକର ଦାଶ, ପୂର୍ବତନ ସାହିତ୍ୟ ଏକାଡେମି ସଦସ୍ୟ ନୃସିଂହ ଚରଣ ମହାନ୍ତି, ସମ୍ପାଦକ ଜିଲ୍ଲା ଓକିଲ ସଂଘ, ଗୌରାଙ୍ଗ ସାଜ୍ଜନ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ମୌଳିକ ସାକ୍ଷରତା ସମ୍ପର୍କରେ କହିଥିଲେ।
ଆଶୁତୋଷ ଖଟେଇ, ଜିଲ୍ଲା ଶୈକ୍ଷିକ ସଂଯୋଜକ ସୁକାନ୍ତ କୁମାର ସାହୁ, ରାଜ୍ୟ ସାଧନକର୍ମୀ (ଏଫଏଲଏନ ) ପିଲା ଓ ଅଭିଭାବକ ମାନଙ୍କୁ ନେଇ ମୌଳିକ ସାକ୍ଷରତା ଓ ଗାଣିତିକ ଜ୍ଞାନ ଆଧାରିତ କାର୍ଯ୍ୟକ୍ରମ କିଛି ଅଭିନବ ଶିକ୍ଷଣ କାର୍ଯ୍ୟ କରାଯାଇଥିଲା। ଏହାକୁ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟାପକ ବିଦ୍ଯାଧର ସାହୁ, ଅରବିନ୍ଦ କୁମାର ଶେଠ ଓ ରାଜ୍ୟ ସାଧନକର୍ମୀ ସୁକାନ୍ତ କୁମାର ସାହୁ ପରିଚାଳନା କରିଥିଲେ। ଅଧ୍ୟାପକ ଶ୍ରୀ ସେଠ ଉପସ୍ଥିତ ଥିବା ସମସ୍ତ ପିତା/ମାତା ତଥା ଅଭିଭାବକ ଛାତ୍ର/ ଛାତ୍ରୀ, ଲୋକ ପ୍ରତିନିଧି , ଅତିଥିଗଣ ସାମ୍ବାଦିକଗଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରାୟ ୧୩୦ ଜଣ ଅଭିଭାବକ, ଛାତ୍ରଛାତ୍ରୀ, ଲୋକ ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ପିତା/ମାତା ତଥା ଅଭିଭାବକ ମାନଙ୍କୁ ଏଥିରେ ସହଭାଗିତା ଓ ଭୂମିକା ଉପରେ ଆଲୋଚନା କରଯାଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସମ୍ପୂର୍ଣ ସହଯୋଗ କରିଥିଲେ।