ବଲାଙ୍ଗିର, ଗତକାଲି ରାତି ପ୍ରାୟ ୩ଟା ସମୟରେ ହାଟିଆ -ୟଶବନ୍ତପୁର ସାପ୍ତାହିକ ଟ୍ରେନ୍ ରୁ କୌଣସି କାରଣବଶତଃ ଜଣେ ଯୁବକ ଖସି ପଡି ଗୁରୁତର ହୋଇଥିବା ଜଣାଯାଇଛି। ବଲାଙ୍ଗିର ଜିଲ୍ଲା ଲୋଇସିଂହା- ବୁର୍ଡା ରେଲୱେ ଲାଇନ୍ ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ପାଖ ପୋଲ ପାର୍ଶ୍ଵ ରେଲୱେ ଟ୍ରାକ୍ ରୁ ଯୁବକଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଯୁବକଙ୍କ ନାମ ଧରମ୍ ମଣ୍ଡଳ (୩୫) ଓ ସେ ଧାନବାଦ୍ ଅଞ୍ଚଳର ବୋଲି ରେଲୱେ ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ବଲାଙ୍ଗିର ଆର.ପି.ଏଫ୍.ର ଓ.ଆଇ.ସି. ସତ୍ୟବ୍ରତ ପ୍ରଧାନଙ୍କ ନେତୃତ୍ଵରେ ଗୁରୁତର ଆହାତ ଧରମ୍ ମଣ୍ଡଳକୁ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧରମ୍ ମଣ୍ଡଳଙ୍କ ଅବସ୍ଥା ଏବେ ବି ଅତ୍ୟନ୍ତ ଗୁରୁତର ଥିବା ପୋଲିସ କହିଛି। ପୋଲିସ ଗୁରୁତରଙ୍କ ପରିବାର ଲୋକଙ୍କୁ ଦୁର୍ଘଟଣା ସମ୍ପର୍କରେ ଖବର ଦେଇଛି।
Related Stories
November 22, 2024