ଗଞ୍ଜାମ, ବ୍ରହ୍ମପୁର ୪୦ ନମ୍ବର ୱାର୍ଡ଼ ଅନ୍ତର୍ଗତ ଶ୍ରୀହରିନଗର ମୁଖ୍ୟ ରାସ୍ତାରେ ଏଲଆଇସିର ଏକ ବୀମା ସହାୟତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏଲଆଇସିର ସିନିୟର୍ ଡିଭିଜିନାଲ୍ ଅଫିସର ଏହାକୁ ଉଦଘାଟନ କରିଛନ୍ତି । ଏହାଦ୍ଵାରା ସହରତଳି ଅଂଚଳ ସମେତ ୱାର୍ଡ଼ ନଂ ୪୦ର ବାସିନ୍ଦା ନିଜର ବୀମା ରାଶି ଏହି ବୀମା ସହାୟତା କେନ୍ଦ୍ରରେ ଦାଖଲ କରିପାରିବେ ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଓଡ଼ିଶା, ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ଶ୍ରୀହରିନଗର ଉନ୍ନୟନ ପରିଷଦର ସଭାପତି ଶରତ ଚନ୍ଦ୍ର ଜେନା, ଉପ ସଭାପତି ବିନୋଦ ଚନ୍ଦ୍ର ମିଶ୍ର, ବିକାଶ ଚନ୍ଦ୍ର ପାଢ଼ୀ, ସୁସ୍ମିତା ପଟ୍ଟନାୟକ ଏବଂ ଗୌରାଙ୍ଗ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।