-
ସଫେଇ କଲେ ଏବଂ ସଚେତନତା ବାର୍ତ୍ତା ବାଣ୍ଟିଲେ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ବେଳାଭୂମିକୁ ସ୍ବଚ୍ଛ ସୁନ୍ଦର କରିବାକୁ କ୍ଷୁଦ୍ର ବ୍ୟବସାୟୀ ଅଣ୍ଟା ଭିଡ଼ିଛନ୍ତି। ରଥଯାତ୍ରା ସମୟରେ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ ସମାଗମ ମଧ୍ୟରେ ବି ବେଳାଭୂମି କିଭଳି ସ୍ବଚ୍ଛ ରହିବ ସେ ନେଇ ଯୋଜନା ପ୍ରସ୍ତୁତି କରିଛନ୍ତି। ନୀଳାଚଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ତରଫରୁ ଏନେଇ ଶନିବାର ଦିଗବାରେଣୀ ଛକ ଠାରେ ଏକ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା। ଶତାଧିକ କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀ ଏଥିରେ ସାମିଲ ହୋଇଥିଲେ। ଅଳିଆ ଆବର୍ଜନା ଡଷ୍ଟବିନରେ ପକାଇବା, କନା ବ୍ୟାଗ ବ୍ୟବହାର କରିବା, ଶ୍ରୀକ୍ଷେତ୍ରକୁ ସ୍ବଚ୍ଛ ରଖିବା ଦିଗରେ ଆଗଧାଡ଼ିରେ ରହିବା ନେଇ ବ୍ୟବସାୟୀମାନେ ସଂକଳ୍ପ ନେଇଥିଲେ। ଏହି ଅବସରରେ ଦିଗବାରେଣୀ ଛକଠାରୁ ଚୈତନ୍ୟ ଛକ ପର୍ଯ୍ୟନ୍ତ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ନୀଳାଚଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ଅଧୀନରେ ଥିବା 35ଟି ସଂଘର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମହାସଂଘର ସଭାପତି ଅନନ୍ତ ରାଓ, ସମ୍ପାଦକ ମାନସ ରଥ, ରାଜ୍ୟ ସଭାପତି ମହେଶ୍ବର ବଳ ପ୍ରମୁଖ ବୈଠକରେ ନେତୃତ୍ବ ନେଇଥିଲେ। ଉପଦେଷ୍ଟା ମଣ୍ଡଳୀର ଜିତେନ୍ଦ୍ର ନାରାୟଣ ମିଶ୍ର, ସର୍ବଶ୍ବେର ପ୍ରଧାନ, ରବି ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ମଲିକ, କୁମାର ଚନ୍ଦ୍ର ସାହୁ, କୋଷଧ୍ୟକ୍ଷ ଅଜୟ କୁମାର ବେହେରା, ସହସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଏଭଳି ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମହାସଂଘର ସଂପାଦକ ମାନସ ରଥ ସୂଚନା ଦେଇଛନ୍ତି।