ଭୁବନେଶ୍ଵର,ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରୀ ରହିଛି । ଆଜି ରାଜଧାନୀ ଭୁବନେଶ୍ଵରରେ ସକାଳ ୫ଟା ୩୦ ସୁଦ୍ଧା ୩୦.୨ ଡ଼ିଗ୍ରୀ ତାପମାତ୍ରା ଏବଂ ୯୬ ପ୍ରତିଶତ ଆଦ୍ରତା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।