
ଭୁବନେଶ୍ଵର, ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରୀ ରହିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ୧୦ଟି ସହରର ତାପମାତ୍ରା ୩୧ ଡ଼ିଗ୍ରୀ ଉପରେ ରହିଛି । ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୨.୨ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।
ସେହିପରି ଝାରସୁଗୁଡାରେ ୪୧.୬ ଡ଼ିଗ୍ରୀ, ହୀରାକୁଦରେ ୪୧ ଡ଼ିଗ୍ରୀ, କେନ୍ଦୁଝରରେ ୩୮.୨ ଡ଼ିଗ୍ରୀ, ଭୁବନେଶ୍ଵରରେ ୩୭.୨ ଡ଼ିଗ୍ରୀ, ଗୋପାଳପୁରରେ ୩୫.୬ ଡ଼ିଗ୍ରୀ, ବାଲେଶ୍ଵରରେ ୩୪.୮ ଡ଼ିଗ୍ରୀ, ପୁରୀରେ ୩୪.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୩.୨ ଡ଼ିଗ୍ରୀ ଏବଂ ପାରାଦୀପରେ ୩୧.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।