ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପ୍ରଦେଶର ବସ୍ତିରେ ଡିଜିଟାଲ୍ ଲାଇବ୍ରେରୀର ପଦକ୍ଷେପ ଦ୍ବାରା ପ୍ରତିଯୋଗୀ ପରୀକ୍ଷାରେ ସାମିଲ୍ ହେଉଥିବା ପରୀକ୍ଷାର୍ଥୀମାନଙ୍କୁ ବହୁତ ଲାଭ ମିଳିବ।
ଶ୍ରୀ ମୋଦୀ ବସ୍ତିର ସାଂସଦ ଶ୍ରୀ ହରିଶ ଦ୍ବିବେଦୀଙ୍କ ଏକ ଟ୍ବିଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରେ କହିଛନ୍ତି :
‘‘ବହୁତ ବଢ଼ିଆ ପଦକ୍ଷେପ! ଯୁବକ ଓ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସାମିଲ୍ ହେଉଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ବସ୍ତିର ଏହି ଡିଜିଟାଲ୍ ଲାଇବ୍ରେରୀ ବହୁତ ଲାଭଦାୟକ ହେବ।