
ଗଂଜାମ, ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଘଟିଯାଇଥିବା ରେଳ ଦୁର୍ଘଟଣାରେ ନିଜର ମୂଲ୍ୟବାନ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଉପ ମେୟର ଇ. ବିବେକ ରେଡ୍ଡୀ, ନିଗମ ଆୟୁକ୍ତ ଜେ. ସୋନାଲ, ସମ୍ମାନନୀୟ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼ା. ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ସମସ୍ତ ମହାନଗର କର୍ପୋରେଟର, ପଦାଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ, ସମସ୍ତ ବର୍ଗର ବିଜେଡି କର୍ମକର୍ତ୍ତା ତଥା ମହିଳା, ଯୁବ, ଛାତ୍ର, ବରିଷ୍ଠ ନେତୃବୃନ୍ଦ। ସମସ୍ତେ ଏକାଠି ହୋଇ ଏକ ମହମବତୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ନୀରବ ପ୍ରାର୍ଥନା କରି ବିୟୋଗ ଆତ୍ମା ମାନଙ୍କର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରର ସମସ୍ତ ସଦସ୍ୟଙ୍କୁ ଏପରି ଏକ ଦୁଃଖଦ ପରିସ୍ଥିତିରେ ଧଇର୍ଯ୍ୟ ଓ ସାହସର ସହିତ ସାମ୍ନା କରିବାକୁ ଶକ୍ତି ଦିଅନ୍ତୁ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀପୟରରେ ପ୍ରାର୍ଥନା କରିଥିଲେ। ଏବଂ ଏହି ଦୁର୍ଘଟଣାର ଘଡିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମୂଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ. ପାଣ୍ଡିୟାନ୍ ଏବଂ ସମସ୍ତ ଆବଶ୍ୟକୀୟ ତଥା ବିଭାଗୀୟ ପ୍ରଶାସନିକ ଅଧିକାରୀ, ପଦାଧିକାରୀ, କର୍ମଚାରୀ, ରାଜ୍ୟ ଚିକିତ୍ସା ଅଧିକାରୀ ସର୍ବୋପରି ଏହି ମହତ୍ ସେବା କାର୍ଯ୍ୟରେ ସ୍ଵତ୍ତପ୍ରବୃତ ଭାବେ ଜଡ଼ିତ ହୋଇଥିବା ସ୍ଥାନୀୟ ସମାଜସେବୀ, ରକ୍ତଦାତା ମାନଙ୍କୁ ନେଇ ଉପସ୍ଥିତ ଜ୍ଞାନ ତଥା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ପ୍ରକ୍ରିୟା, ଚିକିତ୍ସା, ଶବ ଚିହ୍ନଟ ଓ ପରିବାର ବର୍ଗଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଠାରୁ ଆରମ୍ଭ କରି ଆହତ ଯାତ୍ରୀଙ୍କୁ ଉଚିତ୍ ଚିକିତ୍ସା ପ୍ରଦାନ କରିବା ସହିତ ନିଜ ନିଜର ରାଜ୍ୟ ତଥା ପରିବାର ନିକଟକୁ ସ୍ଥାନାନ୍ତରଣ ପ୍ରଣାଳୀ ପର୍ଯ୍ୟନ୍ତ, ସମସ୍ତ କାର୍ଯ୍ୟଶୈଳୀ, ନିର୍ଦେଶ ତଥା ଆୟୋଜନ ପ୍ରକ୍ରିୟାକୁ ଭୂୟସୀ ପ୍ରଶଂସା କରିଥିଲେ।